ରଙ୍ଗ ନମ୍ବର ପ୍ରେମ ସାଙ୍ଘାତିକ : ୮ ବର୍ଷର ପୁଅ ଥିବା ୪୦ ବର୍ଷର ବିଧବାଙ୍କୁ ବାହାହେଲେ ୨୭ ବର୍ଷର ଯୁବକ,ତା ପରେ କଣ ହେଲା ?

ପାଟନା: ମୋବାଇଲ ରଙ୍ଗ ନମ୍ବରରୁ ଆପଣ କାହା ପ୍ରେମରେ ପଡିଛନ୍ତିକି ସାବଧାନ । ଏହା ଆପଣଙ୍କ ଲାଗି ସାଙ୍ଘାତିକ ହୋଇପାରେ । ଝିଅ ଭାବି ଆପଣ ଯାହା ସାଙ୍ଗେ କଥା ହେଉଛନ୍ତି ସେ ଝିଅ ନହୋଇ ମା ବି ହୋଇଥାଇପାରନ୍ତି । ତେବେ ଏସବୁ ଜାଣିବା ପରେ ବି ଯଦି ଆପଣ ସେଇ ରଙ୍ଗନମ୍ବର ମହିଳାଙ୍କ ପ୍ରେମରେ ପଡି ବିଭାହ କରୁଛନ୍ତି ତେବେ ଆପଣ ଫସିବା ସାର ହେବେ । ଯେମିତି ଫସିଛନ୍ତି ବିହାର ପାଟନାର ୨୭ ବର୍ଷର ଯୁବକ ରାହୁଲ ।

ରାହୁଲ ରଙ୍ଗ ନମ୍ବରୁ ଯୋହାସଙ୍ଗେ କଥା ହେୁଥିଲେ ଧିରେ ଧିରେ ଧିରେ ପ୍ରେମ କରିବା ଆରମ୍ଭ କଲେ ବାସ୍ତବରେ ସେ ଝିଅ ନଥିଲେ ଥିଲେ ଜଣେ ବିଧବା । ତାଙ୍କ ୮ ବର୍ଶର ପୁଅ ବି ଧିଲା । ଏସବୁ ଜାଣିବା ପରେ ବି ପ୍ରେମରେ ପଡିଥିବା ରାହୁଲ ୪୦ ବର୍ଷର ମହିଳାଙ୍କୁ ବାହାହେଲେ । ପ୍‍ରେମିକାର ପୁଅକୁ ବି ନିଜ ପୁଅ ଭାବେ ରଖିଲେ । ହେଲେ ବିଭାହର ବର୍ଷକ ପରେ ମହିଳା ଆରମ୍ଭ କରିଥିଲେ ଅସଲ ନାଟକ । ତାଙ୍କ ଅସଲରୂପ ଦେଖାଇଥିଲେ । ପରିବାରରେ କଳିି ଝଗଡା ଲାଗିବା ଆରମ୍ଭ ହେଲା । ଏମିତି କି ସ୍ୱାମୀ- ସ୍ତ୍ରୀ ଦୁହେଁ ଅଲଗା ରହିଲେ । କିନ୍ତୁ ତଥାପି ମହିଳା ଜଣଙ୍କ ର ରାଗ ବୁଝିଲାନି ସ୍ୱାମୀଙ୍କ ନାଁରେ ଅତ୍ୟାଚାର ହେଉଥିବା ଅଭିଯୋଗ ଆଣିଲେ । ଏବେ ପୋଲିସ ସଂପୃକ୍ତ ସ୍ୱାମୀଙ୍କୁ ଗିରଫ କରିଛି

ବିହାରର ପାଟନାରେ ରହୁଥିବା ୨୭ବର୍ଷିୟ ରାହୁଲ କୁମାରଙ୍କ ଫୋନ ଭୁଲରେ ରାଞ୍ଚିକୁ ଲାଗି ଯାଇଥିଲା । ଜଣେ ମହିଳାଙ୍କ ସ୍ୱର ଶୁଣିବା ପରେ ଧିରେ ଧିରେ ଦୁଇ ଜଣ କଥା ହେବାକୁ ଲାଗିଥିଲେ । ରାହୁଲଙ୍କ ଭଲ ପାଇବା ବଢ଼ିବାରୁ ସେ ମହିଳାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ । ଏ କଥା ଶୁଣି ସେ ଜଣେ ବିଧବା ଏବଂ ତାଙ୍କର ୮ବର୍ଷର ପୁଅ ଅଛି ବୋଲି କହିଥିଲେ ମହିଳା । ସବୁ ଜାଣିବା ପରେ ବିବାହ ପାଇଁ ରାଜି ହୋଇ ଯାଇଥିଲେ ରାହୁଲ । କିନ୍ତୁ ତାଙ୍କ ପରିବାର ଲୋକେ ରାଜି ନ ହେବାରୁ ଘର ଲୋକଙ୍କ ଇଚ୍ଛା ବିରୋଧରେ ବିବାହ କରିଥିଲେ ରାହୁଲ । ବିବାହର ବର୍ଷେ ପରେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହେବାରୁ ମହିଳା ନିଜ ଘରୁ ବାହାରି ଯିବା ସହ ରାହୁଲ ତାଙ୍କ ଉପରେ ଅତ୍ୟାଚାର କରିବା ସହ ତାଙ୍କର ଅଶ୍ଲୀଳ ଭିଡ଼ିଓ ତିଆରି କରିଥିବା ପୁଲିସକୁ ଜଣାଇଥିଲେ । ପୁଲିସ ମହିଳାଙ୍କ ଅଭିଯୋଗ ଗ୍ରହଣ କରି ରାହୁଲଙ୍କୁ ଗିରଫ କରିଥିବା ସହ ଅଧିକ ତଦନ୍ତ ଜାରି ରଖିଥିବା ଜଣା ପଡ଼ିଛି ।