ଇମ୍ପାକ୍ଟ ପକ୍ଷରୁ ୪୨ତମ ଶାରଳା ପୁରସ୍କାର ଘୋଷଣା

ଉପନ୍ୟାସ "ଅଭିପ୍ରେତ କାଳ' ନିମନ୍ତେ ୪୨ତମ ଶାରଳା ପୁରସ୍କାର ପାଇବା ପାଇଁ ମନୋନୀତ

ଭୁବନେଶ୍ୱର : ବିଶିଷ୍ଟ କଥାକାର ପାରମିତା ଶତପଥୀ ତାଙ୍କ ଉପନ୍ୟାସ “ଅଭିପ୍ରେତ କାଳ’ ନିମନ୍ତେ ୪୨ତମ ଶାରଳା ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି । ଏହି ପୁସ୍ତକଟି ୨୦୧୬ ମସିହାରେ ପଶ୍ଚିମା ପ୍ରକାଶନ, ଭୂବନେଶ୍ୱର ଦ୍ୱାରା ପ୍ରକାଶିତ । ପୁରସ୍କାର ସ୍ୱରୂପ କଥାକାର ପାରମିତା ଶତପଥୀଙ୍କୁ ୫ଲକ୍ଷ ଟଙ୍କା ସହ ମାନପତ୍ର
ପ୍ରଦାନ କରାଯିବ । ଏହା ସହିତ କଳା ଓ ସଙ୍ଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତିବର୍ଷ ପ୍ରଦାନ କରାଯାଉଥିବା ବଂଶୀଧର-ଇଲା ପଣ୍ଡା ସଙ୍ଗୀତ ଓ କଳା ସମ୍ମାନ ଖୁବ୍ ଶୀଘ୍ର ପ୍ରଦାନ କରାଯିବ । କୋଭିଡ କଟକଣାକୁ ଆଖିରେ ରଖି ଚଳିତ ବର୍ଷ ପୁରସ୍କାର ସମାରୋହ ଆୟୋଜନ କରାନଯାଇ ବ୍ୟକ୍ତିଗତ ଭାବେ ପ୍ରଦାନ କରାଯିବ ।

ପ୍ରକାଶ ଥାଉ କି, ଓଡିଶାର ବିଶିଷ୍ଟ ଶିଳ୍ପପତି ସ୍ୱର୍ଗତ ଡଃ ବଂଶୀଧର ପଣ୍ଡା ଏବଂ ସ୍ୱର୍ଗତ ଇଲା ପଣ୍ଡାଙ୍କ ଦ୍ୱାରା ପ୍ରତିଷ୍ଠିତ “ଶାରଳା ପୁରସ୍କାର’ ଇମ୍ଫା ଦ୍ୱାରା ପରିଚାଳିତ ଇଣ୍ଡିଆନ୍‌ ମେଟାଲସ୍ ଆଣ୍ଡ୍ ପବ୍ଳିକ୍ ∙ରିଟେବଲ୍ ଟ୍ରଷ୍ଟ୍ (ଇମ୍ପାକ୍ଟ୍‌) ଆନୁକୂଲ୍ୟରେ ୧୯୮୦ ମସିହାଠାରୁ ପ୍ରତିବର୍ଷ ପ୍ରଦାନ କରାଯାଇଆସୁଅଛି । ଇମ୍ପାକ୍ଟ୍‌ର ଅନ୍ୟ କାର୍ଯ୍ୟକ୍ରମ ମଧ୍ୟରେ ମୁଖ୍ୟ ହେଲା “ଏକଲବ୍ୟ ପୁରସ୍କାର’, ଯାହାକି ପ୍ରତିବର୍ଷ ଓଡିଶାର ଯୁବ କ୍ରୀଡା ପ୍ରତିଭାମାନଙ୍କୁ କ୍ରୀଡା କ୍ଷେତ୍ରରେ ଉତ୍କର୍ଷ ନିମନ୍ତେ ପ୍ରୋତ୍ସାହନ ସ୍ୱରୂପ ପ୍ରଦାନ କରାଯାଇଥାଏ ।

writer paramita satapathi nominated for SARALA PURASKAR 2021