ପଦ୍ମଶ୍ରୀ ଗିରିରାଜ କିଶୋରଙ୍କ ପରଲୋକ

ଲକ୍ଷ୍ନୌ: ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ସାହିତ୍ୟକାର ଗିରିରାଜ କିଶୋରଙ୍କ ବିୟୋଗ । ରବିବାର ମୁଜାଫରନଗର ସ୍ଥିତ ବାସଗୃହରେ ତାଙ୍କର ନିଧନ ହୋଇଛି । ସୋମବାର ସକାଳ ୧୦ଟାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା ।

ଗିରିରାଜ କିଶୋରଙ୍କ ମୃତ୍ୟୁରେ ସାହିତ୍ୟଜଗତରେ ଶୋକର ଛାୟା ଖେଳିଯାଇଛି । ଗିରିରାଜ ହିନ୍ଦିର ପ୍ରସିଦ୍ଧ ଉପନ୍ୟାସକାର ଥିବା ସହ କଥାକାର, ନାଟ୍ୟକାର ଓ ଆଲୋଚକ ମଧ୍ୟ ଥିଲେ । ତାଙ୍କ ଉପନ୍ୟାସ ‘ଢାଇ ଘର’ ଲୋକପ୍ରିୟ ହୋଇଥିଲା । ୧୯୯୧ରେ ସେ ଏହି ଉପନ୍ୟାସ ଲେଖିଥିବା ବେଳେ ୧୯୯୨ରେ ହିଁ ତାଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା । ତାଙ୍କର ପ୍ରଥମ ଉପନ୍ୟାସ ମହାତ୍ମାଗାନ୍ଧୀଙ୍କ ଆଫ୍ରିକା ଗସ୍ତକୁ ନେଇ ଥିଲା ।

ସେ ଆଇଆଇଟି କାନପୁର କୁଳପତି ମଧ୍ୟ ଥିଲେ । ପଦ୍ମଶ୍ରୀ ଗିରିରାଜ କିଶୋରଙ୍କ ଜନ୍ମ ୮ ଜୁଲାଇ ୧୯୩୭ରେ ହୋଇଥିଲା ।