୨୦୨୦ ଅଲମ୍ପିକ ପାଇଁ କ୍ୱାଲିଫାଇ କଲେ ପ୍ରଥମ ଭାରତୀୟ କୁସ୍ତିଯୋଦ୍ଧା ବିନେଶ ଫୋଗତ

ନୂଆଦିଲ୍ଲୀ:ଭାରତର ଷ୍ଟାର କୁସ୍ତିଯୋଦ୍ଧା ବିନେଶ ଫୋଗତ ବିଶ୍ୱ କୁସ୍ତି ଚମ୍ପିଅନସିପରେ ଚମତ୍କାର ପ୍ରଦର୍ଶନକରୀ ଅଲମ୍ପିକ ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ମଙ୍ଗଳବାର ଦିନ ବିଶ୍ୱ କୁସ୍ତି ଚାମ୍ପିୟନସିପ ଚମତ୍କାର ପ୍ରଦର୍ଶନ ସହ ଆରମ୍ଭ କରିଛନ୍ତି, କିନ୍ତୁ ଜାପାନର ବର୍ତ୍ତମାନର ଚାମ୍ପିୟନ ମାୟୁ ମୁକେଦାଙ୍କଠାରୁ ପରାସ୍ତ ହୋଇ ବିଶ୍ୱ କୁସ୍ତି ଚାମ୍ପିଅନସିପରୁ ବାହାର ହୋଇଛନ୍ତି । କିନ୍ତୁ ଭାଗ୍ୟ ସାଥ ଦେଲା ଏବଂ ରେପେଚେଜ ରାଉଣ୍ଡ ଅନୁସାରେ ପଦକ ଜିତିବାର ସୁଯୋଗ ମିଳିଥିଲା ଏବଂ ଏବେ ସେ ଅଲମ୍ପିକ ୨୦୨୦ ପାଇଁ କ୍ୱାଲିଫାଇ କରିଥିବା ପ୍ରଥମ ଭାରତୀୟ କୁସ୍ତିଯୋଦ୍ଧା ହୋଇଛନ୍ତି ।

ଫୋଗତ କୁସ୍ତିଯୋଦ୍ଧା ଚାମ୍ପିଅନସିପରେ ରେପେଚେଜର ଦ୍ୱିତୀୟ ମୁକାବିଲାରେ ୟୁଏସଏର ସାରା ଏନଙ୍କୁ ୮-୨ଙ୍କୁ ପରାସ୍ତ କରି ଅଲମ୍ପିକ ପାଇଁ ଟିକେଟ ହାସଲ କରିଥିଲେ । ବ୍ରୋଞ୍ଜ ପଦକ ପାଇଁ ଏବେ ତାଙ୍କ ମୁକାବିଲା ଆଜି ରାତିରେ ମାରିଆ ପ୍ରୋବେଲାରାକିଙ୍କ ସହ ହେବ । ଏହା ପୂର୍ବରୁ ବିନେଶ ୫୩ କିଲୋଗ୍ରାମ ବର୍ଗରେ ରେପେଚେର ପ୍ରଥମ ଫାଇଟରେ ୟୁଲିଆ ଖାବଲଦଜୀଙ୍କୁ ଏକତରଫା ମୁକାବିଲାରେ ୫-୦ରେ ପରାସ୍ତ କରିଥିଲେ ।

ହରିୟାଣାର ବିନେଶ ଫୋଗାତ ରାଜ୍ୟଗୋଷ୍ଠୀ ଏବଂ ଏସିଆ ଗେମ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ, କିନ୍ତୁ ବିଶ୍ୱ ଚାମ୍ପିଅନସିପରେ ବର୍ତ୍ତମାନ ସୁଦ୍ଧା ପଦକ ହାସଲ କରିବାରେ ସକ୍ଷମ ହୋଇନାହାନ୍ତି ।