ମହିଳା କୁସ୍ତିଯୋଦ୍ଧା ସାକ୍ଷୀ ମଲିକଙ୍କୁ ନୋଟିସ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘ ପକ୍ଷରୁ ମିଳିଥିବା କରାଣ ଦର୍ଶାଅ ନୋଟିସର ଜବାବ ଦେବା ପରେ ଅଲିମ୍ପିକ ପଦକ ବିଜୟିନୀ ଭାରତୀୟ ମହିଳା କୁସ୍ତିଯୋଦ୍ଧା ସାକ୍ଷୀ ମଲିକକୁ ଲଖନଉସ୍ଥିତ ଭାରତୀୟ ଖେଳ ପ୍ରାଧିକରଣ (ସାଈ)ରେ ଜାରିଥିବା ଜାତୀୟଶିବିରରେ ପୁଣି ଥରେ ସାମିଲ କରାଯାଇଛି । ନିୟମ ଭଙ୍ଗ କରିଥିବା ଅଭିଯୋଗରେ ସାକ୍ଷୀଙ୍କୁ ଡବ୍ଲୁଏଫଆଇ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା । ସାକ୍ଷୀଙ୍କ ସମେତ ସୀମା ବିର୍ଲା (୫୦ କିଲୋ ଭାରବର୍ଗ), କିରଣ (୭୬ କିଲୋ ଭାରବର୍ଗ)ଙ୍କୁ ଡବ୍ଲୁଏଫଆଇ ଜାତୀୟ ଶିବିରରୁ ନିଲମ୍ବିତ କରି ଦିଆଯାଇଥିଲା । 

ଡବ୍ଲୁଏଫଆଇର ସହଯୋଗୀ ସଚିବ ବିନୋଦ ତୋମର ସୋମବାର କହିଛନ୍ତି, ଏହି ତିନିଜଣ କୁସ୍ତିଯୋଦ୍ଧା ରକ୍ଷାବନ୍ଧନ ପର୍ବ ଅବସରରେ ନିଜ-ନିଜ ଘରକୁ ଯାଇଥିଲେ । ସୂଚନାଯୋଗ୍ୟ ଏହି ୩ ଜଣ ପ୍ରତିଭା ଆଗାମୀ ବିଶ୍ୱ ଚାମ୍ପିଅନଶିପ ପାଇଁ ଯୋଗ୍ୟତା ଅର୍ଜନ କରିସାରିଛନ୍ତି । 

ତୋମରଙ୍କ ଅନୁସାରେ, ସାକ୍ଷୀ ତାଙ୍କୁ କହିଛନ୍ତି, ସେ ପର୍ବ ପାଇଁ ଘରକୁ ଯାଇଥିଲେ । ସେ ନିଜର ଭୁଲ ସ୍ୱୀକାର କରିଛନ୍ତି । ତାଙ୍କୁ ଅନୁମତି ନେବାର ଥିଲା । ସୀମା ଓ କିରଣ ମଧ୍ୟ ଏହି କାରଣ ଦର୍ଶାଇଛନ୍ତି । ନୋଟିସର ଜବାବ ଦେଇ ସେମାନେ ଭୁଲ ମାଗିଛନ୍ତି ବୋଲି ତୋମର କହିଛନ୍ତି । ଲଖନଉର ଭାରତୀୟ ଖେଳ ପ୍ରାଧିକରଣସ୍ଥିତ ଜାତୀୟ ଶିବିରରେ ଏବେ ୪୫ରୁ ୨୫ ଖେଳାଳି ବିନା ଅନୁମତିରେ ଏଠାରୁ ଘରକୁ ଯାଇଥିଲେ । ତାଲିମ ସମୟରେ ଯେଉଁମାନେ ଅନୁପସ୍ଥିତ ଥିଲେ, ସୋମନଙ୍କୁ ନିଲମ୍ବନ କରାଯାଇଥିଲା ।