କୁସ୍ତିରେ ରୌପ୍ୟ ପଦକ ଜିତିଲେ ଭାରତର ରବି ଦହିୟା

୮୬ କିଲୋଗ୍ରାମ ଫ୍ରିଷ୍ଟାଇଲ ବର୍ଗରେ ଭାରତୀୟ କୁସ୍ତିଯୋଦ୍ଧା ଦିପକ ପୁନିଆ ପରାସ୍ତ

ଟୋକିଓ :  ଟୋକିଓ ଅଲମ୍ପିକରେ ଭାରତକୁ ଆଉ ଏକ ପଦକ ମିଳିଛି । ୫୭ କେଜି ବର୍ଗରେ କୁସ୍ତି ଯୋଦ୍ଧା ରବି କୁମାର ଦହିୟା ରୌପ୍ୟ ପଦକ ପାଇଛନ୍ତି । ଋଷର କୁସ୍ତି ଯୋଦ୍ଧା ଜବୁର ୟୁଗେବଙ୍କ ସହ ରବି ଫାଇନାଲରେ ମୁହାଁମୁହିଁ ହୋଇଥିଲେ । ସଂଘର୍ଷପୂର୍ଣ୍ଣ ଫାଇନାଲ ଲଢ଼େଇରେ ହାରି ରବିଙ୍କୁ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡ଼ିଛି ।

ହରିୟାଣାର ସୋନିପତ ଜିଲ୍ଲାର ବାସିନ୍ଦା ରବି ଅଲମ୍ପିକ୍ସ ପ୍ରି-କ୍ବାର୍ଟରରେ କଲମ୍ବିଆର ଓସ୍କାର ଏଡୁଆର୍ଡୋଙ୍କୁ ହରାଇଥିବାବେଳେ କ୍ବାର୍ଟରରେ ବୁଲଗେରିଆର ଗୋରୋଗୀ ଭାଲେଣ୍ଟନୋଭଙ୍କୁ ପରାସ୍ତ କରି ସେମିରେ ପ୍ରବେଶ କରିଥିଲେ । ସେମିରେ ସେ କାଜାଖସ୍ତାନର କୁସ୍ତିଯୋଦ୍ଧା ସାନାୟେଭଙ୍କୁ ହରାଇଥିଲେ । ରବି ପୂର୍ବରୁ ଏସୀୟ ଚାମ୍ପିଅନସିପରେ ସ୍ବର୍ଣ୍ଣ ଜିତିଥିବାବେଳେ ୨୦୧୯ ବିଶ୍ବ ଚାମ୍ପିଅନସିପରେ ବ୍ରୋଞ୍ଜ ଜିତିଥିଲେ ।

ରବି ଦହିୟା ରୌପ୍ୟ ଜିତିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ କୁସ୍ତିଯୋଦ୍ଧା ରବିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରବି ଅନ୍ୟ ଖେଳାଳିଙ୍କ ଲାଗି ପ୍ରେରଣା ହେବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ଟୋକିଓ ଅଲମ୍ପିକରେ ଭାରତର ପଦକ ସଂଖ୍ୟା ୫କୁ ବୃଦ୍ଧି ପାଇଛି ।

wrestler ravi-kumar dahiya wins silver