ବିଶ୍ୱ ତାଇକୋଣ୍ଡା ଚମ୍ପିୟନସିପ୍‌ରେ କମାଲ ଦେଖାଇବେ ସୁବର୍ଣ୍ଣପୁରର ଏହେସାସ୍

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ଏହେସାସ୍ ହୋତା ଚଳିତ ବର୍ଷ ହେବାକୁ ଥିବା ବିଶ୍ୱ ତାଇକୋଣ୍ଡୋ ଚମ୍ପିୟନସିପ୍‌ରେ ଭାଗନେବାର ସୁଯୋଗ ପାଇଛନ୍ତି । ପୁଣିଥରେ ବିଦେଶ ମାଟିରେ ନିଜର ପ୍ରତିଭା ଦେଖାଇବେ ଏହେସାସ୍‌। ଆସନ୍ତା ୨୮ ରୁ ମାର୍ଚ୍ଚ ୫ ତାରିଖ ପର‌୍ୟ୍ୟନ୍ତ ଇରାନରେ ହେବାକୁ ଥିବା ତୃତୀୟ ପ୍ରେସିଡେଣ୍ଟ କପ୍‌ ଏବଂ ୩୦ତମ ଫାଜର୍ କପ୍‌ ତାଇକୋଣ୍ଡୋ ପ୍ରତିଯୋଗିତାରେ ଭାଗନେବାକୁ ମନୋନିତ ହୋଇଛନ୍ତି ସେ । ଏହି ପ୍ରତିଯୋଗିତାରେ ବିଶ୍ୱର ୪୬ଟି ଦେଶ ଭାଗନେଉଥିବାବେଳେ ଦେଶର ୧୭ ଜଣିଆ ଟିମ୍‌ରୁ ଓଡିଶାରୁ ଏକମାତ୍ର ଏବଂ ପ୍ରଥମ ଖେଳାଳି ଭାବରେ ଏହେସାସ୍‌ ସ୍ଥାନ ପାଇଛନ୍ତି। ଏହା ପୂର୍ବରୁ ସେ ଗତ ବର୍ଷ ମେ ମାସରେ ନେପାଳଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗନେଇ ଦେଶ ପଇଁ ୨ଟି ସ୍ୱର୍ଣ୍ଣ ପଦକ ଜିତି ସାରିଛନ୍ତି । ଏହେସାସ୍‌ ଏବେ ପୁଣିଥରେ ଅନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଥିବାରୁ ସେ ବେଶ ଆଶାବାଦୀ ଅଛନ୍ତି। ଏହି ପ୍ରତିଯୋଗୀତାରେ ପୁଣିଥରେ ସ୍ୱର୍ଣ୍ଣ ପଦକ ଜିଣି ରାଜ୍ୟ ତଥା ଦେଶ ପାଇଁ ଗର୍ବ ଆଣିବେ ବୋଲି କହିଛନ୍ତି। ପୂର୍ବରୁ ସେ ୯ଥର ଜାତୀୟସ୍ତରରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।