ଆଜି ବିଶ୍ୱ କିଡନି ଦିବସ

ଭୁବନେଶ୍ୱର: ଆଜି କିଡନି ଦିବସ । ଓଡ଼ିଶାରେ ଦିନକୁ ଦିନ କିଡନି ରୋଗୀଙ୍କ ସଂଖ୍ୟା ବଢ଼ୁଛି । ଓଡ଼ିଶାରେ ବର୍ଷକୁ ହାରାହାରି ଭାବେ ୩ ହଜାରରୁ ଅଧିକ ରୋଗୀ କିଡନି ରୋଗରେ ଆକ୍ରାନ୍ତ ହେଉଥିବାବେଳେ ବର୍ତମାନ ସୁଦ୍ଧା ପ୍ରାୟ ୪୦ ହଜାର ରୋଗୀ କିଡନି ରୋଗରେ ଆକ୍ରାନ୍ତ ହୋଇଥିବା ଏକ ବେସରକାରୀ ସର୍ଭେ ରିପୋର୍ଟରୁ ଜଣାପଡିଛି । କିନ୍ତୁ ସ୍ବାସ୍ଥ୍ୟ ବିଭାଗ ପାଖରେ ଏ ସଂପର୍କରେ ଠିକ୍‌ ତଥ୍ୟ ନାହିଁ କି ଏହାର ଆକଳନ ମଧ୍ୟ ଆଜି ପର୍ଯ୍ୟନ୍ତ କରାଯାଇପାରିନି।

ଅନ୍ୟପକ୍ଷରେ, ୧୪ ବର୍ଷ ହେଲା କଡନି ଦିବସ ପାଳନ ହେଉଥିଲେ ବି ରୋଗ ମୁକାବିଲା ପାଇଁ ଏଯାଏ ସରକାରୀସ୍ତରରେ ଏହାକୁ ନେଇ ଉଦାସୀନତା ଜାରି ରହିବା ଘଟଣା ଉଦ୍‌ବେଗର କାରଣ ହୋଇଛି।