ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଅଭିଯୋଗ : ୟୁକ୍ରେନ ହସ୍ପିଟାଲରେ ବୋମାମାଡ କରିଛି ଋଷ

ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁ୍ଦ୍ଧକୁ ଆଜି ୧୫ ଦିନ ପୂରିଛି । ତେବେ ଋଷ କିଛି ସହରରେ ଅସ୍ତ୍ରବିରତି ଘୋଷଣା କରିଛି । ଏପଟେ ଋଷ ବିରୋଧ ଗୁରୁତ୍ବର ଅଭିଯୋଗ ଆଣିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିବା ଅନୁଯାୟୀ, ଋଷ ପକ୍ଷରୁ ୟୁ୍କ୍ରେନର ମାରିଓପୁଲ ସହରରରେ ଥିବା ଏକ ମାଟେରନିଟି ହସ୍ପିଟାଲ ଉପରେ ଏୟାର ଷ୍ଟ୍ରାଇକ କରାଯାଇଛି ।

ଏଥିସହ ଋଷ ପକ୍ଷରୁ ଆହୁରି ଦୁଇଟି ହସ୍ପିଟାଲ ଏୟାର ଷ୍ଟ୍ରାଇକ୍‌ କରାଯାଇଛି ବୋଲି WHO ପକ୍ଷରୁ କୁହାଯାଇଛି । ଏପର୍ଯ୍ୟନ୍ତ ହସ୍ପିଟାଲ ଉପରେ ଋଷ ଆକ୍ରମଣରେ ୧୦ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଯୁଦ୍ଧ ସମୟରେ ଆମ୍ବୁଲାନ୍ସ ସେବା ଜାରି ରହିଛି ।ସେହିପରି ଋଷ ପକ୍ଷରୁ ଏପର୍ଯ୍ୟନ୍ତ ହସ୍ପିଟାଲ ଉପରେ ୧୮ଟି ଆକ୍ରମଣ ହୋଇଥିବା କହିଛି ଡବ୍ଲୁଏଚ୍‌ଓ। ଏପଟେ ଆଜି ମାରିଓପୁଲ ସହ କିଭ୍‌ର ଦୁଇଟି ସହର ଉପରେ ଋଷ ସେନା ଦ୍ବାରା ବୋମା ମାଡ କରାଯାଇଛି । ଏଥିସହ ଆଜି ମାରିଓପୁଲ ମାଟେରନିଟି ହସ୍ପିଟାଲରେ ଆକ୍ରମଣରେ ଶଣିବାକୁ ମିଳିଛି ଏକ ହୃଦୟ ବିଦାରକ ଦୃଶ୍ୟ ।

କହିରଖୁ କି ଧାମୀ ଯେଉଁ ଖଟିମା ଆସନରୁ ନିର୍ବାଚନ ଲଢୁଛନ୍ତି ତାହା ଉଦ୍ଧମ ଜିଲ୍ଲା ପରିସରରେ ଅବସ୍ଥିତ । ଏଠାରେ କୃଷକ ଆନ୍ଦୋଳନର ପ୍ରଭାବ ଜୋରଦାର ପଡିଥିବା ଦେଖିବାକୁ ମିଳିଥିଲା । ହେଲେ ବିଜେପି ଆଶା କରିଥିଲା କି କୃଷି ଆଇନ ପ୍ରତ୍ୟାହାର ପରେ ଏଠାରେ ବିଜେପି ପ୍ରତି ଥିବା ଲୋକଙ୍କର ଅସନ୍ତୋଷ କମିବ । ହେଲେ ନିର୍ବାଚନ ଫଳାଫଳ ପରେ ଏହା ସ୍ପଷ୍ଟ ହୋଇଛି ଯେ ଉତ୍ତରାଖଣ୍ଡରେ ବିଜେପିକୁ ସଫଳତା ମିଳିଥିଲେ ବି କୃଷକମାନେ ମୁଖ୍ୟମନ୍ତ୍ରୀ ଧାମୀଙ୍କ ପ୍ରତି ଅସନ୍ତୁଷ୍ଟ ରହିଛନ୍ତି ।