ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ; ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଶୁଭେଚ୍ଛା

ଭୁବନେଶ୍ୱର: ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ । ସ୍ୱାସ୍ଥ୍ୟ ସମ୍ପର୍କରେ ଲୋକଙ୍କ ସଚେତନତା କରିବା ପାଇଁ ଏହି ଦିବସଟି ପାଳନ କରାଯାଉଛି । ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ଶୁଭେଚ୍ଛା ଜଣାଯାଇଛି ।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଜରିଆାରେ ଶୁଭେଚ୍ଛା ଜଣାଯାଇଛି । ଏହା ସହ ଟ୍ୱିଟରେ କୂହାଯାଇଛି ଯେ ‘ଆଜି ହେଉଛି ବିଶ୍ୱ ସ୍ୱାସ୍ଥ୍ୟ ଦିବସ ।ଏହି ଦିବସର ବିଷୟବସ୍ତୁ ହେଉଛି “ନର୍ସମାନଙ୍କୁ ସମର୍ଥନ, ଧାତ୍ରୀମାନଙ୍କୁ ସମର୍ଥନ” କରିବା ।  ଆମକୁ ସୁସ୍ଥ ରଖିବାରେ ନର୍ସ ଏବଂ ଧାତ୍ରୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି । କରୋନା ଭାଇରସ ତଥା କୋଭିଡ୍ ୧୯  ମୁକାବିଲା କରିବା ପ୍ରକ୍ରିୟାରେ ନର୍ସ ଏବଂ ଅନ୍ୟ ସ୍ୱାସ୍ଥ୍ୟ କର୍ମୀମାନେ ଆଗରେ ଅଛନ୍ତି ।  ସେମାନଙ୍କୁ ନମସ୍କାର ଏବଂ ଶୁଭେଚ୍ଛା ।’