ଧନୁଯାତ୍ରା ଓ ବରଗଡ ଭୌଗଳିକ ଦୃଷ୍ଟିପଟ

ବରଗଡ,(ପ୍ରଭାତ ତ୍ରିପାଠୀ): ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାପୌରାଣିକ କଥାବସ୍ତୁକୁନେଇ ଖୋଳାରଙ୍ଗମଞ୍ଚରେନାଟକ ହେଲେ ମଧ୍ୟ ଖାଳି ଚରିତ୍ର ନୁହେଁ ସ୍ଥାନ ମଧ୍ୟ ଏଠି ନାଟକୀୟ ରୂପ ନିଏ । ବରଗଡ ସହର ମଧୁରା ନଗରୀ ହେଲେ ଅମ୍ବାପାଲି ସାଜେ ଗୋପପୁର । ମଝିରେ ବୋହିଯାଉଥିବା ଜୀରାନଦୀ ପାଲଟିଯାଏ ପବିତ୍ର ଯମୁନାନଦୀ । ଗୋଟିଏ ପଟେ ଗାଉଳି ପରିବେଶରେ ଥିବା ବେଳେ ଅନ୍ୟ ପଟେ ସହରୀ ଚାକଚକ୍ୟାରେ ଝଲସି ଉଠେ ମଥୁରା ନଗରୀ । ଗୋପପୁରରେ କୃଷ୍ନ,ବଳରାମ ଙ୍କ ବାଲ୍ୟଳିଲା ଗୋରୁଗାଇଙ୍କ ଗୋଠ,ମଧୁରାରେ ବଡ ବଡ ଘର ସହ କଂସର ଅଟହାସ୍ୟରେ ଥରେ ସହର । ସତରେ ଯେମିତି ଶ୍ରଷ୍ଟା ବିଶ୍ୱକ୍ରମାଙ୍କୁ କହିଥିଲେ ଅମ୍ବାପାଲି ଏବଂ ଜୀରାନଦିକୁ ନେଇ ଦ୍ୱିତୀୟ ବୃନ୍ଦାବନ ଭାବରେ ଧନୁଯାତ୍ରା କରିବା ପାଇଁ । ଧନୁଯାତ୍ରା ଆସିଲେ ସତରେ ମନେ ହୁଏ ଇଏସେ ମଧୁରା ନଗରୀ,ଗୋପପୁର ବୃନ୍ଦାବନ ।ପୌଷମାସ ଶୁକ୍ଳପକ୍ଷରେ ଆୟୋଜିତ ହୁଏ କଳା,ସଂସ୍କୃତି ର ପୌରାଣିକ କଥାବସ୍ତୁ ର ନାଟକ ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା । କୃଷ୍ନଲୀଳା ଓ କଂସ ଚରିତ୍ରକୁ ଧନୁଯାତ୍ରା ର ଖୋଲାରଙ୍ଗମଞ୍ଚରେ ପ୍ରତିପାଦନ କରିବା ପାଇଁ ଅନେକ ମାତ୍ରାରେନିର୍ଭର କରେ ବରଗଡ ର ଭୌଗଳିକ ସ୍ଥିତି । ବରଗଡ ସହର ମଧୁରା ନଗରୀ ହେଲେ ଅମ୍ବାପାଲି ସାଜେ ଗୋପପୁର । ମଝିରେ ବୋହିଯାଉଥିବା ଜୀରାନଦୀ ହୋଇଯାଏ ଯମୁନାନଦୀ । ଗୋଟିଏ ପଟେ ଗାଉଳି ପରିବେଶରେ ଥିବା ବେଳେ ଅନ୍ୟ ପଟେ ସହରୀ ଚାକଚକ୍ୟାରେ ଝଲସି ଉଠେ ମଥୁରା ମଗରୀ ।

୭୧ତମ ବର୍ଷରେ ବରଗଡ ଧନୁଯାତ୍ରା । ଡିସେମ୍ବର ୩୧ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ହେବ ବରଗଡ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ୧୧ ଦିନବ୍ୟାପି ବିଭିନ୍ନ ମଞ୍ଚରେ ଆୟୋଜିତ ହେବ ପୌରାଣିକ କଥାବସ୍ତୁର ନାଟକ ଧନୁଯାତ୍ରା ।ପ୍ରକୃତିର ଦାନ ସ୍ୱରୁପ ବରଗଡ – ମଥୁରା ନଗରୀ, ଅମ୍ବାପାଲି- ଗୋପପୁର ଏବଂ ଜୀରା ନଦୀ – ଯମୁନା ନଦୀ ର ଅପୂର୍ବ ସଂଯୋଗ କୁ ଦେଖି ଉଦ୍ୟୋକ୍ତାମାନଙ୍କୁ ଆକୃଷ୍ଟ କରିଥିଲା ବରଗଡରେ ଧନୁଯାତ୍ରା ପରିକଳ୍ପନା ପାଇଁ । ବାସ୍ତବରେ ପୁରାଣ ବର୍ଣିତ ମଥୁରା ନଗରୀର ପଶ୍ଚିମ ଦିଗରେ ଯମୁନା ନଦୀ ପ୍ରବାହିତ ହେଉ ଥିବା ସହ ତା ସହିତ ନଦୀ ତୁଟରେ ଗୋପପୁର ରହିଛି । ସେହିପରି ବରଗଡ ସହରର ପଶ୍ଚିମ ଦିଗରେ ମଧ୍ୟ ଜୀରା ନଦୀ ପ୍ରବାହିତ ହେଉ ଥିବା ସହ ନଦୀ ତଟରେ ରହିଛି ଅମ୍ବାପାଲି ଗାଁ । ଯେଉଁଥିପାଇଁ ବରଗଡରେ ଧନୁଯାତ୍ରା ର ଭୌଗାଳିକ ସ୍ଥିତ ଓ ପୁରାଣ ବର୍ଣିତ ମଥୁରାର ସହିତ ସାମଂଜସ୍ୟ ରହିଛି ।ବରଗଡରେ ଧନୁଯାତ୍ରା ଅନୁଷ୍ଠିତ ହେଉଥିବାବେଳେ ଆଜି ସେଇ ଧନୁଯାତ୍ରା ବିଶ୍ୱ ଦରବାରରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରି ପାରିଛି ।ତେବେ ଅସତ୍ୟ କୁ ପରାହତ କରି ସତ୍ୟ ସ୍ଥାପନା କରିବା ଉଦ୍ଦେଶ୍ୟରେ ପ୍ରାକ୍ ସ୍ୱାଧୀନତା ପୂର୍ବରୁ ବରଗଡ ଧନୁଯାତ୍ରା ଆରମ୍ଭ ହୋଇଥିଲେ ହେଁ ୧୯୪୮ ମସିହା ରୁ ପ୍ରଥମ କରି ଆନୁଷ୍ଠାନିକ ଭାବରେ ଆରମ୍ଭ ହୋଇଥିଲା ବିଶ୍ୱ ପ୍ରସିଦ୍ଧ ଏହି ଧନୁଯାତ୍ରା ।