ବରଗଡ: ଜିଲ୍ଲା ମୁଖ୍ୟଡାକ୍ତରଖାନା ଖେଦାପାଲି ଠାରେ ବିଶ୍ୱ ପରିବେଶ ଦିବସ ଅବସରରେ ବୃକ୍ଷରୋପଣ କରାଯାଇଥିଲା । ଶୁକ୍ରବାର ପ୍ରଥମେ କରୋନା ଯୋଦ୍ଧାଭାବେ ସ୍ୱାସ୍ଥ୍ୟକର୍ମି ମାନଙ୍କୁ ପୁଷ୍ପମାଲ୍ୟ ସହ ଉପଢୋକନ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା ।
ସମ୍ବିଧାନ ସୁରକ୍ଷା ମଂଚ ବରଗଡ ର ଆବାହକ ପବିତ୍ର ଦେହେରୀ ସ୍ୱାଗତ କରିବା ସହ ସମାଜସେବୀ ଅଲିମ ରିଜୱି , ରମେଶ ମହାପାତ୍ର, ଆଇନଜୀବୀ ଶ୍ୟାମସୁନ୍ଦର ଅଗ୍ରୱାଲ, ରମେଶ ପତି ସମସ୍ତ ସ୍ୱାସ୍ଥ୍ୟ କର୍ମିଙ୍କୁ ସମ୍ବୋଧନ କରିଥିଲେ । ସିଡିଏମ୍ଓ ଡା ବିଭୁତି ଭୂଷଣ ମେହେର ଙ୍କ ସମେତ ଅନ୍ୟ ଡାକ୍ତରମାନେ ଉପସ୍ଥିତ ଥିଲେ । ପରିବେଶ ପ୍ରଦୂଷଣ , ତାପମାତ୍ରା ବୃଦ୍ଧି ଏବେ ମୁଖ୍ୟପ୍ରସଙ୍ଗ ହୋଇଥିବାରୁ ବିଶ୍ୱ ପରିବେଶ ଦିବସରେ ବୃକ୍ଷରୋପଣ କରାଯାଇଥିଲା ।
ଏହି କାଯ୍ୟକ୍ରମରେ ଶାନ୍ତନୁ ମେହେର, ହରିସ ନାଏକ, ସମାଜସେବୀ ବିକାଶ ଅଗ୍ରୱାଲ, ବାସମତୀ ବନଛୋର,ମମତା ବେହେରା, ସବିତା ମଲ୍ଲିକ, ଅନୁପମା ଭୋଇ, ସଂଜୁ ମଲ୍ଲିକ, ଧ୍ୟାନ ଦୀପକ, ଚିତ୍ତରଂଜନ ମେହେର, ରାଜକୁମାର ବନଛୋର,ଯଶୋବନ୍ତି ପୋଢ, ଭବାନୀ ସାହୁ ଉପସ୍ଥିତ ଥିଲେ ।