ଆଜି ବିଶ୍ୱ ଧରିତ୍ରୀ ଦିବସ

ଭୁବନେଶ୍ୱର: ପୃଥିବୀରେ ବାସ କରୁଥିବା ସମସ୍ତ ପ୍ରାଣୀ ଓ ଉଦ୍ଭିଦକୁ ବଂଚାଇବା ଏବଂ ଆମ ଚତୁଃପାଶ୍ୱର୍ରେ ଥିବା ପରିବେଶ ପ୍ରତି ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରତିବର୍ଷ ଆଜିର ଦିନଟିକୁ ବିଶ୍ୱ ଧରିତ୍ରୀ ଦିବସ ଭାବେ ପାଳନ କରାଯାଇଥାଏ ।

ଚଳିତ ବର୍ଷ ମଧ୍ୟ ମହାମାରୀ କରୋନା ଡରରେ ଘରେ ରହି ‘ପୃଥିବୀ ଦିବସ’ ପାଳନ କରୁଛି ସମଗ୍ର ବିଶ୍ୱ। ୧୯୭୦ ମସିହା ଏପ୍ରିଲ ମାସ ୨୨ ତାରିଖ ଦିନ ଆରମ୍ଭ ହୋଇଥିଲା ଏହି ପରମ୍ପରା । ୧୯୭୦ ମସିହାରେ ଆରମ୍ଭ ହୋଇଥିବା ଏହି ପରମ୍ପରାକୁ ବର୍ତମାନ ପୃଥୀବିର ୧୯୨ ଟି ଦେଶ ଏହାକୁ ଗ୍ରହଣ କରିଛନ୍ତି।