ପୁରୁଷ ବିଶ୍ୱକପ ହକି : ଭାରତର ଅଭିଯାନ ଶେଷ,ସେମି ଫାଇନାଲରେ ନେଦରଲ୍ୟାଣ୍ଡ ଓ ବେଲିଜିୟମ

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମ୍‌ରେ ଜାରି ଥିବା ଓଡ଼ିଶା ପୁରୁଷ ବିଶ୍ୱକପ୍‌ ହକିରୁ ଭାରତର ଅଭିଯାନ ଶେଷ ହୋଇଛି । କ୍ବାର୍ଟର ଫାଇନାଲରୁ ବିଦାୟ ନେଇଛି ଭାରତ । ନେଦରଲ୍ୟାଣ୍ଡସ୍ ଠାରୁ ୨-୧ ରେ ହାରି ଭାରତରଅଭିଯାନ ଶେଷ ହୋଇଯାଇଛି । ଦ୍ୱିତୀୟ କ୍ୱାର୍ଟରଫାଇନାଲ ମ୍ୟାଚରେ ନେଦରଲାଣ୍ଡସ୍‌ ଗୁରୁବାର ଭାରତକୁ ୨-୧ ଗୋଲରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି। ଏହି ହାଇ ଭୋଲଟେଜ୍ ମ୍ୟାଚ୍ ର ପ୍ରଥମ କ୍ବାର୍ଟରରେ ଭାରତ ୧୨ ମିନିଟ୍ ରେ ପେନାଲ୍ଟି କର୍ଣ୍ଣରରୁ ଆକାଶଦୀପ ସିଂ ପ୍ରଥମ ଗୋଲ୍ ଦେଇଥିଲେ । ଏହାର ଦୁଇ ମିନିଟ୍ ପରେ ନେଦରଲ୍ୟାଣ୍ଡ ଟିମ୍ ଗୋଟିଏ ଫିଲଡ୍ ଗୋଲ ଦେଇ ବରାବର ସ୍ଥିତିକୁ ନେଇ ଆସିଥିଲା । ଏହା ପରେ ଉଭୟ ଦଳ ଜୋର ଦାର ଲଢେଇ କରିଥିଲେ ବି କେହି କାହାରିକୁ ଗୋଲ୍ ଦେଇପାରିନଥିଲେ । ତେବେ ମ୍ୟାଚର ୫୦ ତମ ମିନିଟରେ ପେନାଲ୍ଟି କର୍ଣ୍ଣରରୁ ନେଦରଲ୍ୟାଣ୍ଡ ଦ୍ବିତୀୟ ଗୋଲ୍ ସ୍କୋର କରି ୨-୧ ରେ ଆଗୁଆ ରହିଥିଲା ।

ଏହାପରେ ଭାରତ ଗୋଲ ସୁଝାଇବାକୁ ଚେଷ୍ଟା କରିଥିଲେବି ନେଦଲ୍ୟାଣ୍ଡସ୍ ଡିଫେଣ୍ଡରଙ୍କୁ ଅତିକ୍ରମ କରିପାରିନଥିଲା । ଭାରତ ଭଲ ଖେଳ ପ୍ରଦର୍ଶନ କରିଥିଲେ ବି କେତେକ ସୁଯୋଗ ହାତ ଛଡା କରିଥିଲା ।
ସେପଟେ ହକି ବିଶ୍ବକପର ଆଜି ଖେଳାଯାଇଥିବା ତୃତୀୟ କ୍ବାର୍ଟର ଫାଇନାଲରେ ଜର୍ମାନୀକୁ ମାତ୍ ଦେଇଛି ବେଲଜିୟମ୍ । ୨-୧ ଗୋଲରେ ଜର୍ମାନୀକୁ ହରାଇ ସେମି ଫାଇନାଲରେ ସ୍ଥାନ ପକ୍କା କରିଛି ବେଲଜିୟମ୍ । ଆଜି ପରାଜୟ ସହ ଜର୍ମାନୀ ବି ବିଶ୍ବକପରୁ ଅଭିଯାନ ଶେଷ କରିଛି