ପୁରୁଷ ବିଶ୍ୱ କପ ହକି : ୨-୨ରେ ଭାରତ ବେଲିଜିୟମ ମ୍ୟାଚ ଡ୍ର, ସାମନ ପଏଣ୍ଟ ପାଇବି ଗ୍ରୁପ ସିରେ ଭାରତ ଆଗୁଆ

ଭୁବନେଶ୍ୱର: ପୁରୁଷ ବିଶ୍ୱ କପ ହକିରେ ଭାରତ- ବେଲିଜିୟମ ମ୍ୟାଚ ଡ୍ର । କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଆଜିର ମ୍ୟାଚରେ ୨-୨ରେ ମ୍ୟାଚ ଡ୍ର ରହିଛି । ଆଜିର ମ୍ୟାଚ ହାରଜିତ ଉପରେ ହିଁ ନିର୍ଭର କରୁଥିଲା କିଏ ସିଧା ସଳଖ କ୍ୱାଟର ଫାଇନାଲକୁ ଯିବ । ହେଲେ ସଂଘର୍ଷ ପୂଣ୍ଣ ମ୍ୟାଚ ଡ୍ରରେ ଶେଷ ହୋଇଛି । ପୂର୍ବରୁ ଉଭୟ ଟିମ ମ୍ୟାଚରେ ବିଜୟ ହାସଲ କରିଥିଲେ । ତେଣୁ ଆଜିର ମ୍ୟାଚରୁ ଭୟଙ୍କୁ ୩ ପଏଣ୍ଟ ଲେଖାଏଁ ମିଳିଛି ।

ସମାନ ଅଙ୍କ ଥିବା ସତ୍ତ୍ୱେ ଗ୍ରୁପ ସିରେ ଭାରତ ଆଗୁଆ ରହିଛି । କାରଣ ଭାରତ ନିଜର ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୫-୦ରେ ହରାଇଥିଲା । କିନ୍ତୁ ବେଲଜିୟମ କାନାଡାକୁ ୨-୧ରେ ହରାଇଥିଲା ।