ପୁରୁଷ ହକି ବିଶ୍ୱକପ୍ ଉଦଘାଟନୀ ମ୍ୟାଚ ଲାଗି ୨୦ରୁ ଅନଲାଇନ ଟିକେଟ ବିକ୍ରି

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମ୍ରେ ହେବାକୁ ଯାଉଥିବା ପୁରୁଷ ହକି ବିଶ୍ୱକପ୍ ଲାଗି ଦୁଇଟି ଉଦଘାଟନୀ ଉତ୍ସବ ଭୁବନେଶ୍ୱର ଏବଂ କଟକରେ ଅନୁଷ୍ଠିତ ହେବ । ସେଥିରୁ ମୁଖ୍ୟ ଉଦ୍ଘାଟନ ଉତ୍ସବ କଳିଙ୍ଗ ଆଥଲେଟିକ ଷ୍ଟାଡିୟମରେ ୨୭ରେ ଓ କଟକ ବାରବାଟୀ ଷ୍ଟାଡିୟମରେ ୨୮ରେ ଅନୁଷ୍ଠିତ ହେବ । ଏହି ଦୁଇଟି ଉଦ୍ଘାଟନୀ ଉତ୍ସବ ଲାଗି ହକି ଇଣ୍ଡିଆ ପକ୍ଷରୁ ଟିକେଟ ବିକ୍ରି ଘୋଷଣା କରାଯାଇଛି । ୨୦ ତାରିଖ ମଙ୍ଗଳବାର ମଧ୍ୟାହ୍ନ ୧୨ଟାରୁ ଏହି ଟିକେଟ ବିକ୍ରି ପ୍ରକ୍ରିୟା ଆରମ୍ଭ ହେବ । ticketgenie.in/event/hwc‐ opening‐ceremony କୁ ଯାଇ ଆଗ୍ରହୀ ଦର୍ଶକମାନେ ଏହି ଟିକେଟ କିଣିପାରିବେ । ଜଣେ ବ୍ୟକ୍ତିଙ୍କୁ ୨ଟି ଟିକେଟ ମିଳିବ । ଟିକେଟର ମୂଲ୍ୟ ୫୦୦ ଟଙ୍କା ରଖାଯାଇଛି । ଅନ୍ଲାଇନ୍ରେ ଟିକେଟ ବୁକିଂ କରିଥିବା ଦର୍ଶକମାନେ ୨୨ରେ କଳିଙ୍ଗ ଷ୍ଟାଡିୟମ ଗେଟ୍ ନଂ-୪ ନିକଟରେ ଥିବା କାଉଣ୍ଟର କିମ୍ବା ଭୁବନେଶ୍ୱର ଏବଂ କଟକରେ ଖୋଲା ଯାଇଥିବା ଅସ୍ଥାୟୀ କାଉଣ୍ଟରରୁ ଟିକେଟ ସଂଗ୍ରହ କରିପାରିବେ । ଉଭୟ ଉଦ୍ଘାଟନୀ ଉତ୍ସବରେ ଏଆର ରହମନ ସଙ୍ଗୀତ ପରିବେଷଣ କରିବେ । ଭୁବନେଶ୍ୱରରେ ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାଁ ଓ ବାରବାଟୀ ଷ୍ଟାଡିୟମ୍ରେ ବାହୁବଳୀ ହିରୋ ପ୍ରଭାସ ମୁଖ୍ୟ ଆକର୍ଷଣ ହେବେ ବୋଲି ହକି ଇଣ୍ଡିଆ ରବିବାର ଟ୍ୱିଟ୍ କରି ଜଣାଇଛି । ରବିବାର ଉଦଘାଟନୀ ଉତ୍ସବ ଲାଗି ହକି ଇଣ୍ଡିଆ ପକ୍ଷରୁ ଥିମ୍ ସଙ୍ଗୀତର ଟିଜର ମଧ୍ୟ ରିଲିଜ୍ କରାଯାଇଛ ।