ହକି ବିଶ୍ୱକପ୍‌-୨୦୧୮ ଉଦ୍‌ଘାଟିତ, ଉଦ୍‌ଘାଟନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱକପ୍‌-୨୦୧୮ ଉଦ୍‌ଘାଟିତ । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଭବ୍ୟ ପରିବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ୱକପ୍‌ ଉଦ୍‌ଘାଟନୀ ଘୋଷଣା କରିଥିଲେ। ପ୍ରଥମେ ଶାହାରୁଖ ଖାନ୍‌ ଉପସ୍ଥିତ ଦର୍ଶକଙ୍କୁ ଓଡ଼ିଆରେ ସମ୍ବୋଧିତ କରିଥିଲେ । ପୁଣିଥରେ ମୁଖ୍ୟମନ୍ତ୍ରୀଙ୍କୁ ଷ୍ଟେଜ୍‌ ଆମନ୍ତ୍ରଣ କରିଥିଲେ କିଙ୍ଗ ଖାନ୍‌ । ଷ୍ଟେଜ୍‌କୁ ଆସି ମୁଖ୍ୟମନ୍ତ୍ରୀ ୧୬ଟି ଟିମ୍‌ ଅଧିନାୟକଙ୍କ ସହ ହାତ ମିଳାଇଥିଲେ

ବିଶ୍ୱର ଅଗଣିତ କ୍ରିଡାପ୍ରେମୀଙ୍କୁ ମନ୍ତ୍ରମୁଗ୍ଧ କରିବା ଲାଗି ମନୋରଞ୍ଜନ କାର‌୍ୟ୍ୟକ୍ରମ ପରିବେଷଣ କରାଯାଉଛି। ଏହା ପାଖାପାଖି ୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଚାଲିବ। ବଲିଉଡର ବାଦ୍‌ଶାହା ଶାହରୁଖ ଖାଁ, ମାଧୁରୀ ଦିକ୍ଷୀତ ଏବଂ ବିଶିଷ୍ଟ ସଙ୍ଗିତ ନିର୍ଦ୍ଦେଶକ ଏ ଆର ରହମନ ଏଥିରେ ସାମିଲ ହେବେ। ଏହି କାର‌୍ୟ୍ୟକ୍ରମ ଲାଗି ସମ୍ପୂର୍ଣ୍ଣ ଷ୍ଟାଡିୟମକୁ ରଙ୍ଗିନ ଆଲୋକମାଳାରେ ସଜାଯାଇଛି। ଏହାକୁ ନେଇ ପୁରା ବିଶ୍ୱ ଓଡ଼ିଶାରେ ଏକାଠି ହେବା ପରି ମନେ ହେଉଛି। ଉଦ୍‌ଘାଟନୀ ଉତ୍ସବ ପରେ ବୁଧବାରଠାରୁ ଏହି ମହା ଲଢ଼େଇ ଆରମ୍ଭ ହେବ।
ସାରା ବିଶ୍ୱ ନଜରରେ ଏବେ ଓଡ଼ିଶାର ଭୁବନେଶ୍ୱର ।