ଓଡିଶା ପୁରୁଷ ବିଶ୍ୱକପ ହକି: ସେମିରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ

ଭୁବନେଶ୍ୱର : ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆ ଏବଂ ୧୯୮୬ ରନର୍ସ୍ଅପ ଇଂଲଣ୍ଡ ୧୪ତମ ପୁରୁଷ ହକି ବିଶ୍ୱକପ୍ ସେମିଫାଇନାଲରେ ପ୍ରବେଶ କରିଛନ୍ତି । କଳିଙ୍ଗ ଷ୍ଟାଡିୟମ୍ରେ ବୁଧବାର ଖେଳାଯାଇଥିବା କ୍ୱାର୍ଟର ଫାଇନାଲରେ ଇଂଲଣ୍ଡ ୩-୨ ଗୋଲରେ ଆର୍ଜେଣ୍ଟିନାକୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଥିଲା ବେଳେ ଅଷ୍ଟ୍ରେଲିଆ ଅନ୍ୟତମ ବିପର୍ଯ୍ୟୟ ସୃଷ୍ଟିକାରୀ ଫ୍ରାନ୍ସକୁ ୩-୦ ଗୋଲରେ ପରାସ୍ତ କରି ସେମିଫାଇନାଲକୁ ଉନ୍ନୀତ ହୋଇଛି । ଗୁରୁବାର ହେବାକୁ ଥିବା ତୃତୀୟ କ୍ୱାର୍ଟର ଫାଇନାଲରେ ୨ ଥରର ଚାମ୍ପିଅନ୍ ଜର୍ମାନୀ ସହ ୱାର୍ଲ୍ଡ ନଂ-୩ ବେଲଜିୟମ୍ର ମୁକାବିଲା ହେବ । ଏହି ମ୍ୟାଚ୍ର ବିଜେତା ସହ ଇଂଲଣ୍ଡ ସେମିଫାଇନାଲ ଖେଳିବ । ସେହିପରି ଚତୁର୍ଥ କ୍ୱାର୍ଟର ଫାଇନାଲରେ ଭାରତ ସହ ୩ ଥରର ଚାମ୍ପିଅନ ନେଦରଲାଣ୍ଡ ଲଢ଼େଇ ହେବ ।

ଏହି ମ୍ୟାଚ୍ର ବିଜେତା ସହ ଅଷ୍ଟ୍ରେଲିଆର ସେମିଫାଇନାଲ ମୁକାବିଲା ହେବ । ଭାରତ ୪୩ ବର୍ଷ ହେଲା ସେମିଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିନାହିଁ । ବିଶ୍ୱର ନଂ-୪ ତଥା ବିଶ୍ୱର ସଫଳ ଟିମ୍ ନେଦରଲାଣ୍ଡକୁ ହରାଇ ଭାରତ ସେମିଫାଇନାଲ ଖେଳିବାକୁ ଆଶା ରଖିଛି । ବିଶ୍ୱକପ୍ର ଦୁଇଟି ଯାକ ସେମିଫାଇନାଲ ମ୍ୟାଚ୍ ଶନିବାର ଖେଳାଯିବ । ବୁଧବାର ଖେଳାଯାଇଥିବା ପ୍ରଥମ କ୍ୱାର୍ଟର ଫାଇନାଲରେ ଇଂଲଣ୍ଡର ଲିଆମ ଆନ୍ସେଲ ପ୍ଲେୟର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ । ଏହି ମ୍ୟାଚ୍କୁ ପଦ୍ମଶ୍ରୀ ପୁରସ୍କାର ବିଜେତା ମିନତି ମହାପାତ୍ର ଉଦ୍ଘାଟନ କରିଥିଲା ବେଳେ ପୂର୍ବତନ ପ୍ରଶାସକ ସୁବ୍ରତୋ ବାଗ୍ଚୀ ପ୍ଲେୟର୍ ଅଫ୍ ଦି ପୁରସ୍କାର ପ୍ରଦାନ କରିଥିଲେ । ସେହିପରି ଦ୍ୱିତୀୟ ମ୍ୟାଚ୍ରେ ଅଷ୍ଟ୍ରେଲିଆର ଅଧିନାୟକ ଅଷ୍ଟ୍ରେଲୀୟ ଅଧିନାୟକ ଆରନ ଜାଲ୍ୱେସ୍କିଙ୍କୁ ପ୍ଲେୟର ଅଫ ଦି ମ୍ୟାଚ ଭାବେ ବିବେଚିତ କରାଯାଇଥିଲା ।