ବିଶ୍ୱ କପ୍ ହକି ମହାକୁମ୍ଭ : ସବୁ ଦଳ ପହଁଚିଲେ ଏବେ ଉଦଘାଟନକୁ ଅପେକ୍ଷା, ସଜେଇ ହୋଇଛି କଳିଙ୍ଗ ଷ୍ଟାଡିୟମ୍

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଆସନ୍ତା ୨୮ରୁ ହେବାକୁ ଯାଉଥିବା ଓଡ଼ିଶା ପୁରୁଷ ହକି ବିଶ୍ୱକପ୍ ଲାଗି ରବିବାର ସୁଦ୍ଧା ସମସ୍ତ ୧୬ଟି ଯାକ ଅଂଶଗ୍ରହଣକାରୀ ଦଳ ପହଞ୍ôଚଛନ୍ତି । ଅଲିମ୍ପିକ୍ ଚାମ୍ପିଅନ ଆର୍ଜେଣ୍ଟିନା ପ୍ରଥମ ଏବଂ ମାଲେସିଆ ଶେଷ ଦଳ ଭାବେ ଭୁବନେଶ୍ୱରରେ ପହଞ୍ôଚବା ପରେ ଏବେ ସମସ୍ତଙ୍କ ନଜର ଖେଳ ଉପରେ ରହିଛି । ୨୮ ତାରିଖରୁ ଏହି ହକି ମହାକୁମ୍ଭ ଆରମ୍ଭ ହେବ । ଏଥିଲାଗି ଅଂଶଗ୍ରହଣକାରୀ ଦଳ, ଆୟୋଜକ ଓ ପ୍ରାୟୋଜକ ସମସ୍ତେ ପ୍ରସ୍ତୁତ । କିନ୍ତୁ ଏହା ପୂର୍ବରୁ ହେବାକୁ ଥିବା ଆକର୍ଷଣୀୟ ଉଦ୍ଘାଟନୀ ଉତ୍ସବ ଲାଗି ଏବେ ସାରା ଓଡ଼ିଶାରେ ଚର୍ଚ୍ଚା । ବଲିଉଡର ଲୋକପ୍ରିୟ ଅଭିନେତା ଶାହରୁଖ ଖାଁ ଓ ମାଧୁରୀ ଦୀକ୍ଷିତଙ୍କୁ ନେଇ ଏହି ଚର୍ଚ୍ଚା ଚାଲିଛି । ଏହା ବ୍ୟତୀତ ଅସ୍କାର ପୁରସ୍କାର ବିଜେତା ସଙ୍ଗୀତ ନିର୍ଦ୍ଦେଶକ ଏଆର ରହମାନଙ୍କ ଯାଦୁକରୀ ସଙ୍ଗୀତ ଏବଂ ମନୋମୁଗ୍ଧକର ଉଦଘାଟନୀ ଉତ୍ସବକୁ ନିଜ ଘରୋଇ ମାଟିରେ ଦେଖିବାକୁ ଦର୍ଶକ ଉକ୍ରଣ୍ଠାର ସହ ଅପେକ୍ଷା କରିଛନ୍ତି ।

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ଆସନ୍ତା ୨୭ ଓ କଟକ ବାରବାଟୀ ଷ୍ଟାଡିୟମ୍ରେ ୨୮ରେ ଦୁଇଟି ଭିନ୍ନ ଭିନ୍ନ ଉଦ୍ଘାଟନୀ ଉତ୍ସବ ଆୟୋଜିତ ହେବ । ରହମାନ ମଧ୍ୟ ବିଶ୍ୱକପ୍ ସଙ୍ଗୀତ ପରିବେଷଣ କରିବେ । ନୂପୁର ମହାଜନଙ୍କ ନିର୍ଦ୍ଦେଶନାରେ ହେବାକୁ ଥିବା ଉଦଘାଟନୀ ଉତ୍ସବରେ ମାଧୁରୀ ମୁଖ୍ୟ ଆକର୍ଷଣ ସାଜିବେ । ଏଥିରେ ଅଂଶଗ୍ରହଣ କରିବାକୁ ଥିବା ଓଡ଼ିଶା ଏବଂ ବଲିଉଡ୍ର ୧୧୦୦ କଳାକାର କଳିଙ୍ଗ ଆଥଲେଟିକ୍ ଷ୍ଟାଡିୟମ୍ରେ ଦିନ ରାତି ରିହର୍ସାଲରେ ମାତିଛନ୍ତି । ସେହିପରି ହକି ସ୍ପୋର୍ଟ୍ସ କମ୍ପେ୍ଲକ୍ସରେ ବିଭିନ୍ନ ଦଳଗୁଡ଼ିକ ଅଭ୍ୟାସ ମ୍ୟାଚ ଖେଳି ନିଜର ଦୋଷ ତ୍ରୁଟିକୁ ସୁଧାରି ନେଉଛନ୍ତି । କୋଚ, ମ୍ୟାନେଜର ଓ ଅଧିନାୟକଙ୍କ ଘନଘନ ମନ୍ତ୍ରଣା ଏହି ପ୍ରସ୍ତୁତି ପର୍ଯ୍ୟାୟକୁ ଅଧିକ ରୋମାଞ୍ôଚତ କରୁଛି । ଉଭୟ ଉଦ୍ଘାଟନୀ ଉତ୍ସବ ଓ ନିଜ ପ୍ରିୟ ଦଳଗୁଡ଼ିକର ମ୍ୟାଚ ଦେଖିବା ଲାଗି ଦର୍ଶକମାନେ ଟିକେଟ କିଣି ଅପେକ୍ଷା କରିଛନ୍ତି । ଯେଉଁମାନେ ଟିକେଟ ପାଇ ନାହାନ୍ତି ସେମାନେ ନିରାଶ ହୋଇଛନ୍ତି । ଷ୍ଟାଡିୟମ ବାହାରେ ଆୟୋଜକଙ୍କ ପକ୍ଷରୁ ଲଗାଯାଇଥିବା ଏଲ୍ସିଡି ଓ ଟେଲିଭିଜନର ସିଧା ପ୍ରସାରଣ ହିଁ ସେମାନଙ୍କୁ ଶାନ୍ତ୍ୱନା ଦେଇପାରିବ ।

ଭୁବନେଶ୍ୱରରେ ପ୍ରଥମଥର ହକି ବିଶ୍ୱକପ୍ ଆୟୋଜିତ ହେଉଥିବାରୁ ସହରକୁ ଆକର୍ଷଣୀୟ କରିବା ଲାଗି ଓଡ଼ିଶା ସରକାର ପ୍ରାୟ ୧୦୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଏବେ ସ୍ମାଟ୍ ସିଟି ଭୁବନେଶ୍ୱରରେ ଏକାଧିକ ପରିବର୍ତ୍ତନ ଦେଖିବାକୁ ମିଳିଛି । ନୂଆ ରାସ୍ତା ଘାଟ ନିର୍ମାଣ, କୋଠାବାଡ଼ିକୁ ନୂଆ ଢଙ୍ଗରେ ସଜାଇବା, ଓଡ଼ିଆ କଳା, ସଂସ୍କୃତି ଓ ଐତିହ୍ୟର ପ୍ରଚାର ଓ ପ୍ରସାର ଉପରେ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏସବୁ ହେଲା ପରେ ଭୁବନେଶ୍ୱର ଯେପରି ବଧୂବେଶରେ ସଜାଇ ହେଲାଭଳି ଲାଗୁଛି । ବିଶ୍ୱକପ୍କୁ ଶୃଙ୍ଖଳାର ସହ ଶେଷ କରିବାକୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଶେଷ କରି ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନର ଉପସ୍ଥିତି ଫଳରେ ସୁରକ୍ଷାକୁ ଅଧିକ ବଢ଼ାଇଦିଆଯାଇଛି । ୭୫ ପ୍ଲାଟୁନ ପୋଲିସ୍ ଘେରରେ କଳିଙ୍ଗ ଷ୍ଟାଡିୟମ ରହିଛି । ୩୦୦ ପୁଲିସ ଅଫିସରଙ୍କ ତତ୍ତ୍ୱାବଧାନରେ ସୁରକ୍ଷା ବ୍ୟବସ୍ଥା କାମ କରୁଛି । ଗୋଟିଏ ପଦରେ କହିବାକୁ ଗଲେ ରାଜଧାନୀ ଭୁବନେଶ୍ୱର ଏବେ ହକି ବିଶ୍ୱକପ୍ ଜ୍ୱରରେ ଆକ୍ରାନ୍ତ ହୋଇଛି । ଡିସେମ୍ବର ୧୬ରେ ଗ୍ରାଣ୍ଡ ଫାଇନାଲ ସହ ଚତୁର୍ଦ୍ଦଶ ହକି ବିଶ୍ୱକପ୍ର ପରିସମାପ୍ତି ହେବ ।