ଆରମ୍ଭ ହେଲା କ୍ରିକେଟ୍‍ ବିଶ୍ୱକପ-୨୦୧୯: ପ୍ରଥମ ମ୍ୟାଚରେ ଇଂଲଣ୍ଡ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁକାବିଲା

ଓଭାଲ : ଗୁରୁବାର ଠାରୁ ଆରମ୍ଭ ହୋଇଯାଇଛି କ୍ରିକେଟ୍‍ ବିଶ୍ୱକପ-୨୦୧୯। ଚଳିତ ବର୍ଷ ବିଶ୍ୱକପର ପ୍ରଥମ ମ୍ୟାଚରେ ଇଂଲଣ୍ଡର ଓଭାଲ କ୍ରିକେଟ ଗ୍ରାଉଣ୍ଡରେ ଘରୋଇ ଦଳ ଦକ୍ଷିଣ ଆଫ୍ରିକାକୁ ଭେଟିଛି। ଦକ୍ଷିଣ ଆଫ୍ରିକା ଦଳ ଟସ ଜିତି ପ୍ରଥମେ ବୋଲିଂ...

ଓଭାଲ : ଗୁରୁବାର ଠାରୁ ଆରମ୍ଭ ହୋଇଯାଇଛି କ୍ରିକେଟ୍‍ ବିଶ୍ୱକପ-୨୦୧୯। ଚଳିତ ବର୍ଷ ବିଶ୍ୱକପର ପ୍ରଥମ ମ୍ୟାଚରେ ଇଂଲଣ୍ଡର ଓଭାଲ କ୍ରିକେଟ ଗ୍ରାଉଣ୍ଡରେ ଘରୋଇ ଦଳ ଦକ୍ଷିଣ ଆଫ୍ରିକାକୁ ଭେଟିଛି। ଦକ୍ଷିଣ ଆଫ୍ରିକା ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ।

ଚଳିତ ବର୍ଷ କ୍ରିକେଟ ବିଶ୍ୱକପ ମଇ ୩୦ରୁ ଜୁଲାଇ ୧୪ପର୍ଯ୍ୟନ୍ତ ଖେଳାଯିବ। କ୍ରିକେଟ ବିଶ୍ୱକପର ପ୍ରଥମ ମ୍ୟାଚ୍ ଘରୋଇ ଦଳ ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଇଂଲଣ୍ଡର ଦି ଓଭାଲ କ୍ରିକେଟ୍‍ ଷ୍ଠାଡିୟମରେ ଖେଳାଯିବ। ସେହିଭଳି ଜୁନ ୫ରେ ଭାରତ ତାର ପ୍ରଥମ ମ୍ୟାଚରେ ଇଂଲଣ୍ଡର ରୋଜ କ୍ରିକେଟ୍‍ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ଭେଟିବ। ଚଳିତ ବିଶ୍ୱ କପ୍‍ରେ ୧୦ଟି ଦେଶ ଇଂଲଣ୍ଡ, ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ବାଙ୍ଗଳାଦେଶ, ଇଂଲଣ୍ଡ, ଭାରତ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ।

Spread the love
Categories
ସ୍ପୋର୍ଟସ

RELATED BY

  • ପାକିସ୍ତାନକୁ ୮୯ ରନରେ ହରାଇଲା ଭାରତ

    ମଂଚେଷ୍ଟର: କ୍ରିକେଟ ବିଶ୍ୱକପର  ବହୁ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମହାମୁକାବିଲାରେ ଭାରତ ପାକିସ୍ତାନକୁ ୮୯ ରନରେ  ପରାଜିତ କରିଛି। ଭାରତୀୟ ବୋଲରଙ୍କ ଆକ୍ରମଣରେ ପାକିସ୍ତାନର ବ୍ୟାଟସମ୍ୟାନ ମାନେ କ୍ରିଜରେ ତିଷ୍ଠି ରହି ପାରି ନଥିଲେ। ଭାରତ ପ୍ରଥମେ ବ୍ୟାଟିଂ କରି ୫୦...
  • ପୁଣି ଭାରତ-ପାକିସ୍ତାନ ମ୍ୟାଚର ବାଧକ ସାଜିଲା ବର୍ଷା

    ମଂଚେଷ୍ଟର: ବର୍ଷା ଯୋଗୁଁ ପୁଣି ଥରେ ଭାରତ-ପାକିସ୍ତାନ ମ୍ୟାଚ ଅଟକିଯାଇଛି। ଆଇସିସି ବିଶ୍ୱକପ୍‌ର ୨୨ ତମ ମ୍ୟାଚ୍‌ ମଂଚେଷ୍ଟରସ୍ଥିତ ଓଲଡ୍‌ ଟ୍ରଫେଡ ଷ୍ଟାଡିୟମ୍‌ରେ ଜାରି ଥିବା ବେଳେ ବାରମ୍ବାର ବର୍ଷା ଦାଉ ସାଜୁଛି। ରିପୋର୍ଟ ଲେଖାଯିବା ବେଳକୁ ପାକିସ୍ତାନ ୩୫...
  • ବର୍ଷା ଯୋଗୁ ଅଟକିଲା ମ୍ୟାଚ୍‍

    ମାଞ୍ଚେଷ୍ଟର: ଭାରତ ଓ ପାକିସ୍ତାନ ମଧ୍ୟରେ ଏଠାରେ ଖେଳାଯାଉଥିବା ବିଶ୍ୱକପ୍ ମ୍ୟାଚ୍ ବର୍ଷା ବାଧାପ୍ରାପ୍ତ ହୋଇଛି। ବର୍ଷା ସୁଦ୍ଧା ଭାରତ ୪୬.୪ ଓଭରରେ ୪ ୱିକେଟ୍ ହରାଇ ୩୦୪ ରନ୍ କରି ବଡ଼ ସ୍କୋର ଅଭିମୁଖେ ଅଗ୍ରସର ହୋଇଛି। ଏହି ସମୟରେ କ୍ୟାପଟେନ୍ ବିରାଟ୍...
  • ରୋହିତ୍ ମାରିଲେ ୨୪ତମ ଶତକ

    ମାଞ୍ଚେଷ୍ଟର: ଚଳିତ ବିଶ୍ୱକପରେ ରୋହିତ୍ ଶର୍ମାଙ୍କ ବ୍ୟାଟ୍ ଖୁବ୍ ଚାଲିଛି। ଆଜି ପାକିସ୍ତାନ ବିପକ୍ଷ ମ୍ୟାଚରେ ସେ ଆଉ ଏକ ଦମଦାର ଇନିଂସ୍ ଖେଳି ଶତକ ହାସଲ କରିଛନ୍ତି। ଚଳିତ ବିଶ୍ୱକପରେ ରୋହିତଙ୍କ ଏହା ଦ୍ୱିତୀୟ ଶତକ । ସେ...