ଭୁବନେଶ୍ୱର: କୋଣାର୍କ କ୍ୟାନସର ଫାଉଣ୍ଡେସନ ଦ୍ୱାରା ବିଶ୍ୱ କ୍ୟାନସର ଦିବସ ଉପଲକ୍ଷେ ଏକ ସଚେତନତା କାର୍ଯ୍ୟକ୍ରମ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କୋଣାର୍କ କ୍ୟାନସର ଫାଉଣ୍ଡେସନର ମ୍ୟାନେଜିଙ୍ଗ ଟ୍ରଷ୍ଟି ଶ୍ରୀ ଅରୂପ ପଟ୍ଟନାୟକ ସଭାପତିତ୍ୱ କରି କ୍ୟାନସର ରୋଗୀମାନେ କିପରି ଭୁବନେଶ୍ୱର ସରକାରୀ ହସ୍ପିଟାଲଏବଂ ମୁମ୍ବାଇ ସ୍ଥିତ ଟାଟା ମେମୋରିଆଲ ହସ୍ପିଟାଲରେ ଚିକିତ୍ସା କରିବ ରୋଗ ନିରୂପଣ ଓ ନିରାକରଣ କରିବେ ତାହା ଉପରେ ନିଜ ବକ୍ତବ୍ୟ ରଖିଥିଲେ । କୋଣାର୍କ କ୍ୟାନସର ଫାଉଣ୍ଡେସନର ସ୍ୱେଚ୍ଛାସେବୀଙ୍କ କାର୍ଯ୍ୟ ଓ ସାହାଯ୍ୟ ଉପରେ ମଧ୍ୟ ଆଲୋଚନା କରିଥିଲେ ।
ଏହି କାର୍ଯ୍ୟକ୍ରମରେ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଡଃ ଅଶୋକ ପଟ୍ଟନାୟକ, ଆପୋଲୋ ହସ୍ପିଟାଲ ଭୁବନେଶ୍ୱର କ୍ୟାନସର ବିଭାଗର ମୁଖ୍ୟ ଡଃ ଚିନ୍ମୟ କୁମାର ପାଣି ଏବଂ ଭୁବନେଶ୍ୱର ଉତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ ଉପସ୍ଥିତ ଥିଲେ ।
ଏହି କାର୍ଯ୍ୟକ୍ରମରେ ଭାରତୀୟ ହକି ଟିମର ସଦସ୍ୟ ସ୍ୱତନ୍ତ୍ର ଭାବେ ଯୋଗ ଦେଇଥିଲେ । ହକି ଟିମର କୋଚ ଶ୍ରୀ ପିଉସ୍ କୁମାର ଦୁବେ କ୍ୟାନସର ସଚେତନତା ଆଧାର କରି ରୋଗୀଙ୍କର ସୁସ୍ଥତା ନିମନ୍ତେ ନିୟମିତ ଭାବେ ସ୍ୱାସ୍ଥ୍ୟ ପରୀକ୍ଷା ପରାମର୍ଶ ଦେଇଥିଲେ । ଶେଷରେ ହକିଟିମ୍ କ୍ୟାନସର ବିଭାଗ ପରିଦର୍ଶନ କରି ରୋଗୀମାନଙ୍କୁ ଫଳ ଆବଂଟନ କରି ସେମାନଙ୍କର ସ୍ୱାସ୍ଥ୍ୟ ବିଷୟ ବୁଝିଥିଲେ ।
ଏହି ସଭାରେ ସଂଗ୍ରାମ ପାଇକରାୟ, ଶ୍ରୀ ଆକାଶ ଦାସ ନାୟକ, ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ, ଶ୍ରୀ ବିବେକାନନ୍ଦ ପଟ୍ଟନାୟକ, ଭାରତୀୟ ବାୟୁସେନାର ଭେଟେରିୟାନ ଶ୍ରୀ ପି.କେ ରାୟ, ପୂର୍ବତନ କର୍ପୋରେଟର ଶ୍ରୀ ଅମରେଶ ଜେନା, ଶ୍ରୀ ଅଶ୍ୱୀନି ସୁନ୍ଦରାୟ, ଶ୍ରୀ ସମୀର ପ୍ରଧାନ, ଶ୍ରୀ ହରେକୃଷ୍ଣ ନାୟକ, ଶ୍ରୀ ହୃଦୟ ବଲ୍ଲଭ ସମାନ୍ତରାୟ, ଶ୍ରୀ ନୀହାର ରଞ୍ଜନ ସାହୁ, ଶ୍ରୀ ପ୍ରଣବ କିଶୋର ସ୍ୱାଇଁ, ଶ୍ରୀମତି ସୂର୍ଯ୍ୟକାନ୍ତୀ ଜେନାଙ୍କ ସହିତ ଶ୍ରୀ ସତ୍ୟଜିତ୍ ଦାସ ଏବଂ କୋଣାର୍କ କ୍ୟାନସର ଫାଉଣ୍ଡେସନର ସମସ୍ତ କର୍ମକର୍ତା ଉପସ୍ଥିତ ରହି କିଭଳି କର୍କଟ ରୋଗ ବ୍ୟାଧିକ ଚିହ୍ନଟ କରି ଯଥାଶୀଘ୍ର ଡାକ୍ତରଙ୍କ ପରାମର୍ଶ ନେଇ ରୋଗର ନିରାକରଣ କରିବା ନିମନ୍ତେ ବିର୍ତା ରଖାଯାଇଥିଲା । ଏହାବ୍ୟତୀତ କ୍ୟାନସର ସଚେତନତାକୁ ଆଧାର କରି ଏକ ପଥପ୍ରାନ୍ତର ନାଟକ ଅନୁଷ୍ଠିତ ହୋଇଥିଲା ।