ଆଜି ବିଶ୍ୱ କର୍କଟ ଦିବସ

ଭୁବନେଶ୍ୱର: ଆଜି ବିଶ୍ୱ କର୍କଟ ଦିବସ । କର୍କଟ ରୋଗର ଭୟାବହତା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ସହ ସଚେତନତା କରାଇବା ପାଇଁ ବିଶ୍ୱବ୍ୟାପି ଏହି ଦିନଟିକୁ ପ୍ରତିବର୍ଷ ପାଳନ କରାଯାଉଛି ।

ରାଜ୍ୟରେ ମଧ୍ୟ ଦିନକୁ ଦିନ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟରେ ବର୍ଷକୁ ପ୍ରାୟ ୪୫-୫୦ହଜାର ନୂତନ କର୍କଟ ରୋଗୀଙ୍କୁ ଚିହ୍ନଟ କରାଯାଉଛି। ଏ ପର୍ଯ୍ୟନ୍ତ ରାଜ୍ୟରେ ୧.୮ଲକ୍ଷ କର୍କଟ ଆକ୍ରାନ୍ତ ରହିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ମୁଖ ଗହ୍ବର କର୍କଟ ଥିବା ବେଳେ ଏହା ପଛକୁ ରହିଛି ସ୍ତନ ଓ ଜରାୟୁ କର୍କଟ। ରାଜ୍ୟରେ କର୍କଟ ରୋଗ ପାଇଁ କଟକସ୍ଥିତ ଆଚାର୍ଯ୍ୟ ହରିହର ଆଂଚଳିକ କର୍କଟ ରୋଗ ପ୍ରତିଷ୍ଠାନ ରହିଛି। ତେବେ ସେଠାରେ ରୋଗୀଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ତେଣୁ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରୁ ଭିଡ଼ କମାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି।