ଭାରତକୁ ୭୬ ହଜାର କୋଟି ଟଙ୍କା ସହାୟତା ଦେଲା ବିଶ୍ୱବ୍ୟାଙ୍କ

ନୂଆଦିଲ୍ଲୀ: ଭାରତକୁ କୋରୋନା ମୁକାବିଲା ପାଇଁ ବିଶ୍ୱବ୍ୟାଙ୍କ ୧ ବିଲିୟମ ଡଲାର(୭୬ହଜାର କୋଟି )ଟଙ୍କା ସହାୟତା କରିଛି । ପ୍ରାଥମିକ ଭାବରେ ବିଶ୍ୱ ବ୍ୟାଙ୍କ ୨୫ଟି ଦେଶକୁ ୧.୯ ବିଲିଅନ ଡଲାର (୧,୪୪,୨୫,୭୫,୦୦,୦୦୦ ଟଙ୍କା) ଦେଇଛି। ଯେଉଁଥିରୁ ଭାରତକୁ ୫୦ ପ୍ରତିଶତରୁ ଅଧିକ ଟଙ୍କା ଦେଇଛି ବିଶ୍ୱବ୍ୟାଙ୍କ।

ଏହି ଟଙ୍କାରେ ଭାରତ କରୋନା ପାଇଁ ସ୍କ୍ରନିଂ ବ୍ୟବସ୍ଥା, ପରୀକ୍ଷାଗାର, ଚିକିତ୍ସା ଉପକରଣ, ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ ସୁରକ୍ଷା ଉପକରଣ କିଣିବା ସହିତ ଆଇସୋଲେସନ ଓ୍ୱାର୍ଡ ତିଆରି ହେବ। ଗୁରୁବାର ଦିନ ବୋର୍ଡ ମିଟିଂ ପରେ ଏଭଳି ମତ ରଖାଯାଇଛି ବିଶ୍ୱ ବ୍ୟାଙ୍କ ତରଫରୁ।

ସେହିପରି ବିଶ୍ୱବ୍ୟାଙ୍କ ଦକ୍ଷିଣ ଏସିଆରେ ଥିବା ପାକିସ୍ତାନକୁ ୨୦୦ ମିଲିଅନ ଡଲାର (୧୫,୧୮,୮୫,୦୦,୦୦୦ ଟଙ୍କା), ଆଫଗାନିସ୍ତାନକୁ ୧୦୦ ମିଲିଅନ ଡଲାର (୭,୫୮,୧୭,୫୦,୦୦୦ ଟଙ୍କା), ମାଳଦ୍ୱୀପକୁ ୭.୩ ମିଲିଅନ ଡଲାର (୫୫,୩୪,୬୭,୭୫୦ ଟଙ୍କା), ଶ୍ରୀଲଙ୍କାକୁ ୧୨୮.୬ ମିଲିଅନ ଡଲାର (୯,୭୫,୦୧,୩୦,୫୦୦ ଟଙ୍କା) ଆର୍ଥିକ ସହାୟତା କରିଛି। ଆଗାମୀ ୧୫ ମାସ ଭିତରେ ମହାମାରୀ କରୋନାର ମୁକାବିଲା କରିବା ପାଇଁ ବିଶ୍ୱବ୍ୟାଙ୍କ ୧୬୦ ବିଲିଅନ ଡଲାର (୧,୨୧,୩୦,୮୦,୦୦,୦୦ ଟଙ୍କା) ଅନୁମୋଦନ ଦେଇଛି। ଯାହାକି ଅର୍ଥନୀତିକ କ୍ଷତିରେ ସୁଧାର ଆଣିବା ସହିତ ସ୍ୱାସ୍ଥ୍ୟାବସ୍ଥାର ସୁଧାର କରିବ ବୋଲି ବିଶ୍ୱବ୍ୟାଙ୍କ ଆଶା ରଖିଛି। ଏହି ଜରୁରୀ କାଳୀନ ଟଙ୍କା ଜରିଆରେ କ୍ଷୁଦ୍ର ଶିଳ୍ପ, ଗରିବ ଲୋକଙ୍କୁ ଆର୍ଥିକ ସହଯୋଗ କରାଯିବ ବୋଲି ଜଣାପଡ଼ିଛି।