ବରଗଡ଼ ଏସିସି ସିମେଣ୍ଟ କାରଖାନାର ସମ୍ମୁଖରେ ଶ୍ରମିକଙ୍କ ଆନ୍ଦୋଳନ

ବରଗଡ଼: ବରଗଡ଼ ଏସିସି ସିମେଣ୍ଟ କାରଖାନାର ସମ୍ମୁଖରେ ଶ୍ରମିକ ଙ୍କ ଆନ୍ଦୋଳନ ।ଲଗଡାଉନ ସମୟରେ ସରକାର ଙ୍କ ନିଷ୍ପତ୍ତି ଅନୁଯାୟୀ ଶ୍ରମିକ ମାନଙ୍କ ପ୍ରାପ୍ୟ ପ୍ରଦାନ ରେ ଅବହେଳା ଏବଂ ଶ୍ରମିକ ଙ୍କୁ ଦୁବ୍ୟବହାର ଗାଳିଗୁଲଜ କୁ ନେଇ ଅଶାନ୍ତ ଶ୍ରମିକ କମ୍ପାନୀ ର ଏଚଆର ସମୀର ରାଉତ ଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି ଯାହାର ସିସିଟିଭି ଫୁଟେଜ ଆଧାର ରେ ଏଚଆର ସମୀର ରାଉତ ଙ୍କ ଲିଖିତ ଅଭିଯୋଗ ପରେ ଘଟଣାରେ ସମ୍ପୃକ୍ତ ୪ ଜଣ ଶ୍ରମିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବରଗଡ଼ ଟାଉନ ପୋଲିସ ।

worker strike ଅନ୍ୟ ପକ୍ଷରେ ଶ୍ରମିକ ମାନଙ୍କ ପକ୍ଷରୁ ସେମାନଙ୍କୁ ଜାତିଆଣ କୁ ନେଇ ଆଶ୍ରାବ୍ୟ ଭାଷାରେ ଗାଳିଗୁଲଜ ସହ ପ୍ରାପ୍ୟ ନଦେବାକୁ ନେଇ ଥାନାରେ ପାଲଟା ଅଭିଯୋଗ ହୋଇଛି । ତେବେ ୪ ଜଣ ଶ୍ରମିକ ଙ୍କୁ ଗିରଫ ପ୍ରତିବାଦ ରେ ଓ ପ୍ଲାଣ୍ଟ ଏଚଆର ସମୀର ରାଉତଙ୍କୁ ବଦଳି ଦାବିରେ କାରଖାନା ର ମୁଖ୍ୟ ଫାଟକ ସମ୍ମୁଖରେ ଶତାଧିକ ମହିଳା ଓ ପୁରୁଷ ଶ୍ରମିକ ଆନ୍ଦୋଳନ ଜାରି ରଖିଛନ୍ତି ।ଘଟଣା ସ୍ଥଳରେ ପୋଲିସ ପହଁଚି ତଦନ୍ତ ଜାରି ରଖିଛି ।