ମହିଳା ଟି-୨୦ ବିଶ୍ବକପ ଫାଇନାଲ: ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ବିଶ୍ବ ମହିଳା ଦିବସ ଅବସରରେ ଅନୁଷ୍ଠିତ ହେବାକୁ ଯାଉଛି ଆଇସିସି ମହିଳା ଟି-୨୦ ବିଶ୍ବକପର ଫାଇନାଲ ଫାଇଟ । ପ୍ରଥମ ଫାଇନାଲିଷ୍ଟ ଭାରତୀୟ ମହିଳା ଦଳର ସାମ୍ନା ୭ଥରର ଚମ୍ପିଆନ ଅଷ୍ଟ୍ରେଲିଆ ସହ ହେବ । ତେବେ ମ୍ୟାଚ ପୂର୍ବରୁ ଆଜି ଭାରତୀୟ ମହିଳା ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ନିଜ ଟ୍ବିଟର ହ୍ୟାଣ୍ଡଲରେ ଟ୍ବିଟ କରି ନବୀନ ଲେଖିଛନ୍ତି, ‘‘ପ୍ରଥମ ବିଶ୍ବକପ ଟ୍ରଫି ପାଇଁ ଭାରତୀୟ ମହିଳା ଦଳକୁ ମୋର ଶୁଭେଚ୍ଛା ଓ ଶୁଭକାମନା । ମେଲବୋର୍ଣ୍ଣ ପଡିଆରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯିବାକୁ ଥିବା ଏହି ଫାଇନାଲ ମ୍ୟାଚରେ ପ୍ରତ୍ୟେକ ଭାରତୀୟ ଆପଣମାନଙ୍କୁ ଉତ୍ସାହିତ କରିବାକୁ ପହଂଚିବେ ବୋଲି ମୋର ଆଶା ।’’

ସୂଚନାଯୋଗ୍ୟ ଯେ, ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଟ୍ବିଟ କରି ଭାରତୀୟ ମହିଳା ଦଳକୁ ଶୁଭେଚ୍ଛା ଜଣାଇଥିଲେ । ବିଶ୍ବକପ ଫାଇନାଲରେ ପ୍ରଥମଥର ପ୍ରବେଶ କରିଥିବା ଭାରତୀୟ ଦଳ ପ୍ରଥମ ବିଶ୍ବକପ ଟ୍ରଫି ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ।