ଭୁବନେଶ୍ୱର:ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ସେ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ, ମୁଁ ବହୁତ ଖୁସି ଯେ ଓଡ଼ିଶା ମହିଳା ସଶକ୍ତିକରଣ କ୍ଷେତ୍ରରେ ଏକ ଆଗୁଆ ରାଜ୍ୟ । ବିକାଶର ସବୁକ୍ଷେତ୍ରରେ ଆମ ମା’ମାନଙ୍କର ସଂଗ୍ରାମ,ଆତ୍ମ ବିଶ୍ୱାସ ଓ ସଫଳତା ଆମ ସମସ୍ତଙ୍କୁ ଏକତ୍ରିତ କରିଛି ।
୭୦ଲକ୍ଷ ମା’ ମାନଙ୍କୁ ନେଇ ମିଶନ ଶକ୍ତି, ମମତା କାର୍ଯ୍ୟକ୍ରମ ଓ ପଂଚାୟତିରାଜରେ ୫୦ ପ୍ରତିଶତ ସଂରକ୍ଷଣ, ଆଜି ମା’ମାନଙ୍କ ସାମାଜିକ ଆର୍ଥିକ ସଶକ୍ତିକରଣ କ୍ଷେତ୍ରରେ ନୂଆ ଯୁଗ ଆରମ୍ଭ କରିଛି । କ୍ରୀଡାଠାରୁ ଆରମ୍ଭ କରି ବିଭିନ୍ନ ଉଦ୍ୟୋଗ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ମା’ ମାନଙ୍କର ସଫଳତା ବେଶ୍ ଉତ୍ସର୍ଗୀକୃତ । ଓଡ଼ିଶା ସରକାର ସବୁବେଳେ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି । ଚଳିତ ବର୍ଷ ଆମେ ସ୍ୱତନ୍ତ୍ର ପୃଷ୍ଟି ବଜେଟ ଆଣିବୁ । ମା’ ଓ ଶିଶୁଙ୍କ ପୃଷ୍ଟି ଉପରେ ଏହାର ମୂଳ ଲକ୍ଷ୍ୟ ରହିବ ।
ଚଳିତବର୍ଷ ଓଡ଼ିଶାର ଝିଅ ଓ ମା’ମାନେ ବିଭିନ୍ନ କ୍ଷେତ୍ରରେ ଓଡ଼ିଶାର ସୁନାମ କରିଛନ୍ତି । ଦୂତୀ ଚାନ୍ଦ, ପ୍ରତିାଭ ରାୟ ଓ ନନ୍ଦିତା ଦାସଙ୍କ ଭଳି ମହିଳାମାନେ ଦେଶ ବିଦେଶରେ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି । ମହିଳା ସଶକ୍ତିକରଣ କ୍ଷେତ୍ରରେ ଏମାନେ ସାରା ଦେଶର ମହିଳା ମାନଙ୍କ ପାଇଁ ଆଦର୍ଶ ।
ମା’ମାନଙ୍କ ଅଧଫକାର, ମା’ ମାନଙ୍କ ହକ୍ ଓ ମା’ ମାନଙ୍କ କଲ୍ୟାଣ ପାଇଁ ମୋ ସରକାର ପ୍ରତିଜ୍ଞାବଦ୍ଧର ସହ କାମ କରଛି ଓ କରିଚାଲିବ ।
ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ ଯେଉଁଠାରେ ମହିଳାଙ୍କ ସୁବିଧା ପାଇଁ ଗଠନ ହୋଇଛି “ମିଶନ ଶକ୍ତି” ।
ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ମୀନତି ବେହେରା, ବିଭାଗୀୟ ଉପଦେଷ୍ଟାର ଶ୍ରୀମତୀ ଲୋପାମୁଦ୍ରା ବକସି ପାତ୍ର, ଉପଦେଷ୍ଟା ଶ୍ରୀମତୀ ସୁଲତା ଦେଓ, ଉନ୍ନୟନ କମିଶନର, ବିଭାଗୀୟ ପ୍ରମୁଖ ସଚିବ, ମିଶନ ଶକ୍ତି ନିର୍ଦ୍ଦେଶିକା ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନୋଟି ଶ୍ରେଷ୍ଠ ଆଇସିଡିଏସ ମୟୁରଭଞ୍ଜ, ଢ଼େଙ୍କାନାଳ ଓ ଗଜପତି ଶ୍ରେଷ୍ଠ ଏସଏଚଜି ଶ୍ରେଷ୍ଠ ଅଙ୍ଗନୱାଡିକର୍ମୀ ଏବଂ ବ୍ୟାଙ୍କର ଭାବେ ଏସବିଆଇ, ରାଜ୍ୟ ସମବାୟ ବ୍ୟାଙ୍କ ଓ ଓଡ଼ିଶା ଗ୍ରାମ୍ୟବ୍ୟାଙ୍କକୁ ପୁରସ୍କୃତ କରିଥିଲେ ।