ଏମିତି ବଜାର ଯେଉଁଠି ରାତିକ ପାଇଁ ନିଲାମ ହୁଅନ୍ତି ଯୁବତୀ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ : ଏମିତି ବଜାର ଯେଉଁଠି କିଛି ଜିନିଷ ବିକ୍ରି ହୁଏନି କି ନିଲାମ ହୁଏନି । ବଂର ଏଠି ହାଟ ବଜାର ଖୋଲେ ଯୁବତୀଙ୍କର । ରାତିକ ପାଇଁ ନିଲାମ ହୁଅନ୍ତି ମହିଳା । ବଜାର ଆରମ୍ଭ ହୁଅ ସଞ୍ଜ ନଇଁବା ବେଳେ ଆଉ ରାତି ଗଡିବା ପରେ ବନ୍ଧ ହୁଏ । ଏମିତି ବଜାର ଆମ ଦେଶରେ ନୁହେଁ ବଂର ବିଦେଶରେ । ବୁଲଗେରିଆରେ ରହିଛି ଏମିତି ବଜାର ।

ପେଟର ଜ୍ୱାଳା ଲାଗି ଅନେକଙ୍କର ମତିଗତି ହଜିଯାଇଥାଏ। ଭୋକିଲା ପେଟ ଯୋଗୁ ସଂଗଠିତ ହୋଇଥାଏ ଅନେକ ଅପରାଧ। ପେଟର ଭୋକ ମେଣ୍ଟାଇବା ପାଇଁ ପୃଥିବୀର ଅନେକ ଅଞ୍ଚଳରେ ଦେହ କିଣାବିକା କାରବାର ଏବେ ମଧ୍ୟ ଜାରି ରହିଛି। ବୁଲଗେରିଆର କାଲାଇଡାଜ୍‌ହି ଅଞ୍ଚଳରେ ଏକ ଅଜବ ବଜାର ରହିଛି। ବଜାରରେ କୁଆଁରୀ କନ୍ୟାଙ୍କୁ ନିଲାମ କରାଯାଇଥାଏ। ଅଧିକ ଡଲାର ବୋଲି ଲଗାଇଥିବା ଗରାଖଙ୍କୁ କୁଆଁରୀ କନ୍ୟା ପ୍ରଦାନ କରାଯାଇଥାଏ। ବୋଲି ଲଗାଇଥିବା ଗରାଖ ରାତିକ ପାଇଁ କୁଆଁରୀ କନ୍ୟାଙ୍କୁ କିଣିଥାନ୍ତି। ଏହି ଅଞ୍ଚଳର ଆର୍ଥିିକ ବିକାଶ ହୋଇ ନ ଥିବାରୁ ପରିବାର ପ୍ରତିପୋଷଣ ପାଇଁ କୁଆଁରୀ ଝିଅଙ୍କୁ ଏଭଳି କାର‌୍ୟ୍ୟରେ ନିୟୋଜିତ କରାଯାଇଥାଏ। ଏଥିରେ ପରିବାରର ଅନ୍ୟ ସଦସ୍ୟ ମଧ୍ୟ ସହାୟତା କରିଥାନ୍ତି। ଏଠାରେ ଏଭଳି କାର‌୍ୟ୍ୟକୁ ଘୃଣା କରାଯାଇ ନ ଥାଏ। ଘରେ ଝିଅ ଜନ୍ମହେଲେ ପରିବାର ସଦସ୍ୟ ଉତ୍ସବ ପାଳନ କରିଥାନ୍ତି। କାରଣ ବଡ଼ ହୋଇ ଝିଅ ତାଙ୍କ ପରିବାର ପୋଷିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବ।

ଋଣ ପାଇଁ ଡକ୍ୟୁମେଣ୍ଟ ନିଆଯାଏ ନିୟୁଡ ( ବିବସ୍ତ୍ର ) ସେଲଫି, ଟଙ୍କା ନସୁଝିଲେ ଲଙ୍ଗଳା ଫଟୋ ହୁଏ ଭାଇରାଲ ଜାଣନ୍ତୁ କେଉଁଠି