ସ୍ବାମୀଙ୍କୁ ଛାଡି ପ୍ରେମିକଙ୍କ ସହ ଫେରାର ବେଳେ ଟ୍ରେନରୁ ଖସି ପଡିଲେ ପ୍ରେମି ଯୁଗଳ,ଗୋଡ ହରାଇଲେ ମହିଳା

ସୋର : ସ୍ବାମୀଙ୍କୁ ଛାଡି ପ୍ରେମିକଙ୍କ ସହ ଫେରାରବେଳେ ମହିଳା ଗୁରୁତର । ଏମିତି ଘଟଣା ଘଟିଛି ସୋରରେ । ମହିଳା ଜଣଙ୍କ ତାଙ୍କ ସ୍ବାମୀଙ୍କୁ ଛାଡି ପ୍ରେମିକା ସହ ଫେରାର ହୋଇଯାଇଥିଲେ । ହେଲେ ଟ୍ରେନରେ ଯିବା ସମୟରେ ଟ୍ରେମରୁ ଖସି ପଡିଥିଲେ ପ୍ରମିଯୁଗଳ । ଏଥିରେ ମହିଳାଙ୍କ ଗୋଡ କଟିଯାଇଛି । ଏହାକୁ ନେଇ ଏବେ ପୁରା ଅଞ୍ଚଳରେ ଚର୍ଚ୍ଚା ଚାଲିଛି ।

ଟ୍ରେନ ଦୁର୍ଘଟଣାରେ ମହିଳାଙ୍କ ଗୋଡ କଟିଲା । ବାଲେଶ୍ବର ଜିଲ୍ଲା ଜଳେଶ୍ବର ରାଜଘାଟ ରେଳ ଷ୍ଟେସନ ନିକଟରୁ ଆଜି ସକାଳେ ଦୁଇ ପ୍ରେମି ଯୁଗଳଙ୍କୁ ଜିଆରପି ପୋଲିସ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାଲେଶ୍ବର ମେଡିକାଲକୁ ପଠାଇଛି । ଜଳେଶ୍ବର ଥାନା ରାୟରାଇଚନ୍ଦ୍ରପୁର ଗ୍ରାମର କୀର୍ତ୍ତିରଞନ ସାହୁଙ୍କ ପତ୍ନୀ ପାଖ ଗାଁର ଜଣେ ଯୁବକଙ୍କ ସହ ଗତ ଗୁରୁବାରଠାରୁ କେଉଁଆଡେ ଚାଲି ଯାଇଥିଲେ । ପତ୍ନୀ ନିଖୋଜ ଥିବା ନେଇ ଜଳେଶ୍ବର ଥାନାରେ ଅଭିଯୋଗ କରିଥିଲେ ସ୍ବାମୀ । ତେବେ ଆଜି ଉଭୟ ପତ୍ନୀ ଏବଂ ତାଙ୍କ ସହ ଆଉ ଜଣେ ଯୁବକ ଆହତ ଅବସ୍ଥାରେ ଉଦ୍ଧାର ହେବା ପରେ ଏ ନେଇ ବିଭିନ୍ନ ଆଲୋଚନା ହେଉଛି