ଋଣ କରାଇଦେବା ଲାଗି ମହିଳାଙ୍କ ଠୁ ଯୌନ ସୁଖ ଚାହୁଁ ଥିଲେ ମ୍ୟାନେଜର, ଦେଖନ୍ତୁ କିଭଳି ଉତ୍ତମ ମଧ୍ୟମ ଦେଲେ ମହିଳା,ଭିଡିଓ ଭାଇରାଲ

ବେଙ୍ଗାଲୁର :ଜଣେ ମହିଳାଙ୍କୁ ଋଣ ମଂଜୁର କାଇ ଦେବା ଲାଗି ତା ବଦଳରେ ମହିଳାଙ୍କ ଠୁ ଯୌନ ସୁଖ ଅନୁଗ୍ରହ ଚାହୁଁଥିଲେ ଅର୍ଥ ଲଗାଣ କାରୀ ସଂସ୍ଥାର । ଆଉ ଏଥିପାଇଁ ତାଙ୍କୁ ବିଚ ରାସ୍ତାରେ ଉତ୍ତମ ମଧ୍ୟମ ମଧ୍ୟ ଖାଇବାକୁ ପଡିଛି । ଏମିତି ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି ଓ ଜାତୀୟ ଗଣମାଧ୍ୟମରେ ସିରୋନାମାରେ ଖବର ଥିବାବେଳେ ମ୍ୟାନେଜରଙ୍କୁ ବିଚ ବଜାରର ମହିଳା ଜଣଙ୍କ ମାଡ ମାରିବା ଭିଡିଓ ଭାଇରାଲ ମଧ୍ୟ ହୋଇଛି । ଘଟଣା ଘଟିଛି ଆଇଟି ସହର ବାଙ୍ଗାଲୋରରେ ।
ଏକ ଆର୍ଥିକ ସଂସ୍ଥାର ମ୍ୟାନେଜର ୨ ଲକ୍ଷ ଟଙ୍କାର ଋଣ ଅନୁମୋଦନ ସକାଶେ ଜନୈକା ମହିଳାଙ୍କ ଠାରୁ ଯୌନ ଅନୁଗ୍ରହ ଦାବି କରିଥିଲେ । ଏହି ଘଟଣାରେ ଉତ୍‌କ୍ଷିପ୍ତ ହୋଇ ମହିଳା ଜଣଙ୍କ ସଂପୃକ୍ତ ମ୍ୟାନେଜରଙ୍କୁ ଅଫିସ୍‌ ଭିତରୁ ରାସ୍ତା ଉପରକୁ ଟାଣି ନେଇ ସ୍ପଷ୍ଟ ଦିବାଲୋକରେ ନିର୍ଘାତ ମାଡ଼ ମାରିବା ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଅଭାବନୀୟ ଘଟଣା ଘଟିଛି କର୍ଣ୍ଣାଟକର ଦେବନଗରୀ ଅଞ୍ଚଳରେ । ଅଭିଯୁକ୍ତ ମ୍ୟାନେଜର ଡିଏଚ୍‌ଏଫ୍‌ଏଲ୍‌ ଆର୍ଥିକ ସଂସ୍ଥାର ଦେଭିୟା ବୋଲି ଜାଣିବାକୁ ମିଳିଛି।
ବିବରଣୀରୁ ପ୍ରକାଶ, ପୀଡ଼ିତା ମହିଳା ଜଣକ ଡିଏଚ୍‌ଏଫ୍‌ଏଲ୍‌ ଆର୍ଥିକ ସଂସ୍ଥାରୁ ୨ ଲକ୍ଷ ଟଙ୍କାର ଋଣ ପାଇଁ ଅବେଦନ କରିଥିଲେ। ତେବେ, ଋଣ ମଞ୍ଜୁର କରିବା ଦାୟିତ୍ୱରେ ରହିଥିବା ଡିଏଚ୍‌ଏଫ୍‌ଏଲ୍‌ର ମ୍ୟାନେଜର ଦେଭିୟା ମହିଳା ଜଣଙ୍କୁ କହିଥିଲେ ଯେ ଯଦି ସେ ତାଙ୍କର ଶଯ୍ୟା ସଙ୍ଗିନୀ ସାଜିବା ସହ ତାଙ୍କୁ ଯୌନ ସୁଖ ପ୍ରଦାନ କରନ୍ତି, ତେବେ ଯାଇ ତାଙ୍କର ଋଣ ମଞ୍ଜୁର ହେବ। ତେବେ, ଏହି ଘଟଣାରେ ମହିଳା ଜଣକ ଉତ୍‌କ୍ଷିପ୍ତା ହୋଇ ପଡ଼ିବା ସହ ସଂପୃକ୍ତ ମ୍ୟାନେଜରଙ୍କୁ ଅଫିସ୍‌ ଭିତରୁ ରାସ୍ତା ଉପରକୁ ଟାଣି ନେଇ ସ୍ପଷ୍ଟ ଦିବାଲୋକରେ ନିର୍ଘାତ ମାଡ଼ ସହ ବିଧା ଗୋଇଠା ମାରିଥିଲେ। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୁଲିସ୍‌ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି।
(ଭିଡିଓ ଲିଙ୍କ ଟାଇମ୍ସ ନାଓ ସୈଜନ୍ୟ )