ନା ବାଳକକୁ ଦୁଷ୍କର୍ମ କରି ୩୬ ବର୍ଷ ବୟସ୍କ ମହିଳା ଗିରଫ

ମାଲାପ୍ପୁରମ : ମହିଳାଙ୍କୁ ଦୁଷ୍କର୍ମ କରିବା କଥା ଶୁଣିଥିଲେ, ହେଲେ ମହିଳା ପୁରୁଷଙ୍କୁ ପୁଣି ଜଣେ ୭ ବର୍ଷ ବୟସ୍କ ନାବାଳକକୁ ଦୁଷ୍କର୍ମ କରିବା କଥା ଶୁଣିବେ ତ ମୁଣ୍ଡ ଚକ୍କର ଖାଇଯିବ । ଏହିଭଳି ଘଟଣା କେରଳର ମାଲାପ୍ପୁରମ ଅଂଚଳରେ ଘଟିଛି । ଜଣେ ନାବାଳକକୁ ଦୁଷ୍କର୍ମ କରିବା ଅଭିଯୋଗରେ ୩୬ ବର୍ଷ ବୟସ୍କ ମହିଳାଙ୍କ ନାଁରେ ମାମଲା ରୁଜୁ କରିଛି ପୋଲସ ।
ପୀଡ଼ିତ ନାବାଳକ ଚିକିତ୍ସା ପାଇଁ କ୍ଲିନିକକୁ ଯାଇଥିବା ସମୟରେ ଏହି ଘଟଣାର ଘଟିଥିଲା ପର୍ଦ୍ଦାଫାଶ । ୭ ବର୍ଷର ନାବାଳକ ମହିଳାଙ୍କ ଦ୍ଵାରା ଦୁଷ୍କର୍ମର ଶିକାର ହୋଇଥିଲେ । ଏହାଦ୍ଵାରା ଶାରୀରିକ ଓ ମାନସିକଭାବେ ଆକ୍ରାନ୍ତ କଥା ଚାଇଲ୍ଡ଼ ହେଲ୍ପ ଲାଇନ ତରଫରୁ ମାମଲା ରହୁଜୁ କରାଯାଇଛି ।
ଚିକିତ୍ସା ହେବାକୁ ଯାଇଥିବା କ୍ଲିନିକ ଏହି ଘଟଣା ବାବଦରେ ଚାଇଲ୍ଡ଼ ହେଲ୍ପ ଲାଇନକୁ ଜଣାଇଥିଲେ । ଚାଇଲ୍ଡ଼ ହେଲ୍ପ ଲାଇନ ନାବାଳକଙ୍କ ଠାରୁ ଏହି ଘଟଣାର ଭିଡ଼ିଓ ରେକର୍ଡ଼ିଂ କରିଥିଲା । ତା ପରେ ମହିଳାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ହେଲ୍ପ ଲାଇନ ।