କଟକ ଏସସିବିରେ ପ୍ରଥମ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ

କଟକ: ଆଜି କଟକ ଏସସିବି ମେଡ଼ିକାଲରେ ଜଣେ ଚିକିତ୍ସାଧିନ ଅବସ୍ଥାରେ ଚଳିତ ବର୍ଷର ପ୍ରଥମ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ଘଟିଛି । ସେ ଜୁଲାଇ ୨୯ରୁ ଚିକିତ୍ସିତ ହେଉଥିଲେ । 

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଂଚଳର ଜଣେ ମହିଳା ଡେଙ୍ଗୁ ରୋଗରେ ପୀଡ଼ିତ ଥିଲେ । ସେ ଜୁଲାଇ ୨୯ ତାରିଖରେ କଟକ ଏସସିବି  ମେଡ଼ିକାଲରେ ଆଡ଼ମିଟ ହୋଇଥିଲେ । ପରେ ତାଙ୍କର ବିଭିନ୍ନ ପରୀକ୍ଷା ପରେ ତାଙ୍କୁ ଆଇସିୟୁରେ ଚିକିତ୍ସା କରାଯାଉଥିଲା । କିନ୍ତୁ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇନଥିଲା । ଆଜି ତାଙ୍କର ମୃତ୍ୟୁ ଘଟିଛି । ମୃତକ ମହିଳାଙ୍କ ନାଁ ଦେବକୀ ବେହେରା ଏବଂ ତାଙ୍କ ବୟସ ୬୦ ବର୍ଷ । କଟକ ଏସସିବିରେ ଚଳିତ ବର୍ଷର ଏହା ପ୍ରଥମ ଡେଙ୍ଗୁ ମୃତ୍ୟୁ ।