ମହିଳା ବକ୍ସର ମେରୀକମ୍‌ ୬ଷ୍ଠ ଥର ପାଇଁ ବିଶ୍ୱ ଚାମ୍ପିୟନ

ନୂଆଦିଲ୍ଲୀ : ଭାରତର କିମ୍ବଦନ୍ତୀ ମହିଳା ବକ୍ସର ଏମ୍‌.ସି. ମେରୀକମ୍‌ କ୍ୟାରିୟରରେ ୬ଷ୍ଠ ଥର ପାଇଁ ବିଶ୍ୱ ଚାମ୍ପିୟନଶିପ ଟାଇଟଲ ଜିତିଛନ୍ତି। ସ୍ଥାନୀୟ ଇନ୍ଦୀରା ଗାନ୍ଧୀ ଇନ୍‌ଡୋର ଷ୍ଟାଡିୟମ୍‌ରେ ଶନିବାର ଅନୁଷ୍ଠିତ ୪୮ କିଗ୍ରା ବର୍ଗର ଫାଇନାଲରେ ସେ ୟୁକ୍ରେନର ହାନ୍ନା ଓଖୋଟାଙ୍କୁ ୫-୦ ବ୍ୟବଧାନରେ ହରାଇ ଏହି ଐତିହାସିକ ସଫଳତା ପାଇଛନ୍ତି। ଘରୋଇ ଦର୍ଶକଙ୍କ ସାମ୍ନାରେ ୨୦୦୬ ପରେ ଏହା ୩୫ ବର୍ଷୀୟା ବକ୍ସରଙ୍କ ୨ୟ ଟାଇଟଲ। ଏଥିସହ ସେ ପ୍ରଥମ ମହିଳା ବକ୍ସର ଭାବେ ୬ ଥର ବିଶ୍ୱ ଚାମ୍ପିୟନଶିପ ଟାଇଟଲ ଜିତି ରେକର୍ଡ କରିଛନ୍ତି। ତାଙ୍କ ପଛକୁ ଆୟରଲାଣ୍ଡର କାଟି ଟେଲର (୫ ଥର) ରହିଛନ୍ତି। ଫାଇନାଲ ଜିତିବା ପରେ ମେରୀକମ୍‌ ଭାବବିହ୍ବଳ ହୋଇ ପଡ଼ିଥିଲେ।