ଚାକିରୀ ଦେବା ନାଁରେ ଯୁବତୀଙ୍କୁ ଦୁଷ୍ମର୍ମ

ଭୁବନେଶ୍ୱର:ରାଜଧାନୀରେ ଅସୁରକ୍ଷିତ ହୋଇପଡ଼ିଛନ୍ତି ମହିଳା ! ନିଜ ଦେହର ଭୋକ ମେଣ୍ଟାଇବା ପାଇଁ ମନୁଷ୍ୟ ପିଶାଚ ସାଜି ଦୁଷ୍କର୍ମ ଭଳି ନୀନ୍ଦନୀୟ କାର୍ଯ୍ୟ କରୁଛି । ନିଷ୍ପାପ ନବଜାତ ଶିଶୁ କନ୍ୟା ଠାରୁ ଆରମ୍ଭ କରି ବୃଦ୍ଧା ପର୍ଯ୍ୟନ୍ତ ଅନେକ ଜଣ ଦୁଷ୍କର୍ମ ଭଳି ଘୃଣ୍ୟ କାମର ଶିକାର ହେଉଛନ୍ତି ।  ପୁଣି ରାଜଧାନୀ ଭୁବନେଶ୍ୱରରେ ଚାକିରି କରାଇଦେବା ନାଁରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଆସିଛି ।  

ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଜଣେ ବ୍ୟକ୍ତି ଜଣେ ଯୁବତୀଙ୍କୁ ଏକ ଫାଇନାନ୍ସ କମ୍ପାନୀରେ ଚାକିରି ଦେବା ବାହାନାରେ ଭୁବନେଶ୍ୱରର ଏକ ହୋଟେଲକୁ ଡାକିଥିଲେ । ଯୂବତୀ ଜଣକ ଆସିବା ପରେ ତାଙ୍କ ଲକ୍ଷ୍ମୀସାଗରରେ ଥିବା ଏକ ହୋଟେଲରେ ଇଣ୍ଟଭ୍ୟୁ ପାଇଁ ଡାକି ବ୍ୟକ୍ତି ଜଣକ ଦୁଷ୍କର୍ମ କରିଥିଲେ । ଏନେଇ ପୀଡ଼ିତା ଜଣକ ଲକ୍ଷ୍ମୀ ସାଗର ଥାନାରେ ଫାଇନାନ୍ସ କମ୍ପାନୀ ସତ୍ୟ ମାଇକ୍ରୋଟେକ ଲିମିଟେଡ଼ର ବରିଷ୍ଠ ଅଧିକାରୀଙ୍କ ନାଁରେ ଏତଲା ଦେଇଛନ୍ତି । 

ପୀଡ଼ିତାଙ୍କ ଏତଲାକୁ ଆଧାର କରି ଲକ୍ଷ୍ମୀ ସାଗର ପୋଲିସ ତଦନ୍ତ ଆରମ୍ଭ କରିବା ସହ ଫାଇନାନ୍ସ କମ୍ପାନୀ ସତ୍ୟ ମାଇକ୍ରୋଟେକ ଲିମିଟେଡ଼ର ମାଲିକ ଅଭିଯୁକ୍ତ ଜୟ କୁମାରଙ୍କୁ ଗିରଫ କରିଛି ।