ଆରମ୍ଭ ହେଲା ଶୀତକାଳିନ ଅଧିବେଶନ: ଗୃହରେ ଶୋକପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆରମ୍ଭ ହେଲା ବିଧାନସଭା ଶୀତକାଳିନ ଅଧିବେଶନ । ଗୃହରେ ଶୋକପ୍ରସ୍ତାବ ଆଗତ କଲେ ଗୃହର ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିରୋଧୀ ଦଳ ନେତା ପ୍ରଦୀପ ନାୟକ, କଂଗ୍ରେସ ଦଳ ନେତା ନରସିଂହ ମିଶ୍ର, ବିଜେପି ବିଧାୟକ ଲକ୍ଷ୍ମଣ ମୁଣ୍ଡା ସମର୍ଥନ କରିଛନ୍ତି ।

ଦିବଂଗତ ସାହୁରା ମଲ୍ଲିକ, ଦିବବଂଗତ ଉଦିତ୍ ପ୍ରତାପ ଦେଓ, ଦିବଂଗତ ବୃନ୍ଦାବନ ପାତ୍ର ଓ ଓଡିଶା ପୋଲିସର ପୂର୍ବତନ ଓଏପିଏଫ ସ୍ବର୍ଗତ ଜୟରାମ କାବାସିଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହୋଇଛି । ଦିବଂଗତ ନେତାଙ୍କୁ ଗୃହରେ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ଗୃହରେ ୧ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।