ଜାଡ ସଡ ସଡ ଓଡିଶା,୨୬ରୁ ଆହୁରି ଥରିବେ ଲୋକେ, ସତର୍କତା ଜାରି କଲେ ସରକାର

ଭୁବନେଶ୍ୱର : ହାତଗୋଡ କୋଲ ମାରୁ ଛି । ଘରୁ ବାହାରିବା ମୁସ୍କିଲ । ନିଆଁ ଜାଳି ଲୋକେ ବସୁଛନ୍ତି । ପ୍ରବଳ ଥଣ୍ଡା ସାଙ୍ଗକୁ କୋହଲା ପାଗ ସ୍ଥି ଆହୁରି ବିଗାଡୁଛି । ଏମିତି ଚିତ୍ର ଓଡିଶାର କାଶ୍ମୀର କନ୍ଧମାଳର ଜନ ଜୀବନକୁ ଅସତବ୍ୟସ୍ତ କରିଛି । କେବଳ କନ୍ଧମାଳ କାହିଁକି ରାଜ୍ୟର ଅଧିକାଂଶ ଅଞ୍ଚଳ ଏବେ ଶୀତରେ ଥରୁଛି । ଏହାକୁ ଆଖିରେ ରଖି ରାଜ୍ୟ ସରକାର ସତର୍କତା ଜାରି କରିଛନ୍ତି । ୨୬ରୁ ଶୀତ ଆହୁରି ବଢିବ ବୋଲି ପାଣି ପାଗ ବିଭାଗ ବି ସୂଚନା ଦେଇଛି ।

ଆଗକୁ ଆହୁରି ଥଣ୍ଡାରେ ଥରିବ ସାରା ଓଡ଼ିଶା। ଏବେଠାରୁ ଦକ୍ଷିଣ, କେନ୍ଦ୍ର ଓ ପଶ୍ଚିମ ଓଡ଼ିଶାରେ ପାରଦ ଖସିବାରେ ଲାଗିଛି। ୨୬ ତାରିଖ ଭିତରେ ଆହୁରି ୨ରୁ ୩ ଡିଗ୍ରି ପର‌୍ୟ୍ୟନ୍ତ କମିଯିବ। ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୁଳ, କେନ୍ଦୁଝର, ଢେଙ୍କାନାଳ ଆଦି ଜିଲ୍ଲାରେ ରାତିରେ ପ୍ରବଳ ଥଣ୍ଡା ଅନୁଭୂତ ହେବ। ସକାଳୁ କୁହୁଡ଼ି ବି ପଡ଼ିପାରେ। ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ଯୋଗୁଁ ଯାତାୟାତ ପ୍ରଭାବିତ ହୋଇପାେର। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସମେତ ଅନ୍ୟ ବିେଶଷଜ୍ଞମାେନ ଏମିତି ପୂର୍ବାନୁମାନ କରିଛନ୍ତି।

ଏପଟେ କନ୍ଧମାଳରେ ଶୀତ ଲହରୀ ଲାଗି ରହିଛି। ଅପରାହ୍ନ ୪ଟାରୁ ପ୍ରକୋପ ଧୀରେ ଧୀରେ ବଢିଯାଉଛି। ଜନଜୀବନ ଏବେ ଅସ୍ତବ୍ୟସ୍ତ େହାଇଗଲାଣି। ସକାଳ ୯ଟା ପର‌୍ୟ୍ୟନ୍ତ ଘନ କୁହୁଡି ବି ଲାଗି ରହୁଛି। ଆଜି ଫୁଲବାଣୀର ତାପମାତ୍ରା ୭ ଡିଗ୍ରି ଓ ଦାରିଙ୍ଗବାଡିରେ ୮.୫ ରହିଛି।

ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀକୁ ଖସି ଆସିଥିବା ବେଳେ କୋରାପୁଟ, କେନ୍ଦୁଝର ଓ ମୟୂରଭଞ୍ଜ ସମେତ ରାଜ୍ୟର ଅଧିଂକାଶ ସ୍ଥାନରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଗତକାଲି ୧୩ଟି ସ୍ଥାନରେ ପାରଦ ୧୧ ଡିଗ୍ରୀ ତଳେ ଥିଲା। ଆସନ୍ତା ୨ରୁ ୩ ଦିନ ଯାଏ ରାତିର ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ କମ୍ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ସେହିପରି ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ପାରା ୮ ଡିଗ୍ରୀକୁ ଖସି ଆସିଛି। ପ୍ରବଳ କୁହୁଡ଼ି ସାଙ୍ଗକୁ କୋହଲା ପାଗ ଜନଜୀବନକୁ ପ୍ରଭାବିତ କରିଛି। ସନ୍ଧ୍ୟା ହେଲେ ଲୋକେ ଘରେ ନିଆଁରେ ସେକି ହେଉଛନ୍ତି।
କୋରାପୁଟରେ ମଧ୍ୟ ପ୍ରବଳ ଶୀତ ଅନୁଭୂତ ହେଉଛି। ଦିନ ପ୍ରାୟ ୧୦ଟା ଯାଏ ସହର କୁହୁଡ଼ି ଆଚ୍ଛାଦିତ ହୋଇ ରହୁଛି। ଏପରିକି ରାସ୍ତାରେ ୨ରୁ ୩ ମିଟର ଆଗକୁ କିଛି ଦେଖାଯାଉନାହିଁ।

ପାଣିପାଗ ବିଜ୍ଞାନୀଙ୍କର କହିବା କଥା, ବର୍ତମାନ ସମୟରେ ଓଡ଼ିଶାର ତାପମାତ୍ରା ଯେତିକି ରହିବା କଥା ତା’ଠାରୁ ୩.୧ରୁ ୫ ଡିଗ୍ରି ପର‌୍ୟ୍ୟନ୍ତ କମ୍‌ ରହୁଛି। ବର୍ଷା ଛାଡ଼ି ଯାଇଥିବାରୁ ଥଣ୍ଡା ଅନୁଭୂତ ହେଉଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଥଣ୍ଡା ହେଉଛି। ୨୮ ତାରିଖ ବେଳକୁ ଗୋଟିଏ ଦୁଇଟି ସ୍ଥାନରେ ପାରଦ ୫ ଡିଗ୍ରି ତଳକୁ ବି ଖସି ଆସିବାର ସମ୍ଭାବନାକୁ ଏଡାଇ ଦିଆଯାଇନପାେର।