ସାଙ୍ଗ ମାନଙ୍କ ସହ ଶାରୀରିକ ସଂପର୍କ ରଖିବାକୁ ସ୍ତ୍ରୀକୁ ବାଧ୍ୟ କଲା ସ୍ୱାମୀ, ତେବେ ପତ୍ନୀ ରାଜି ନହେବାରୁ କଣ କଲା ପତି ଓ ତାର ସାଙ୍ଗ..

ଧାନବାଦ : ହାତ ଧରି ବାହା ହୋଇଥିଲେ । ହେଲେ ସ୍ତ୍ରୀ କୁ ସାଙ୍ଗ ମାନଙ୍କ ସହ ବେଡ ସେୟାର କରି ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କଲା ସ୍ୱାମୀ । ହେଲେ ଏଥିରେ ପତ୍ନୀ ରାଜି ନହେବାରୁ ସ୍ରୀକୁ ମହଙ୍ଗା ପଡିଛି । ସାଙ୍ଗ ମାନଙ୍କ ସହ ମିଶି ପତ୍ନୀଙ୍କୁ ମାଡ ମାରିବା ସହ ଜୀବନରୁ ମାରିଦେବାକୁ ଉଦ୍ୟମ କରିଛି । ଏମିତିକି ସ୍ତ୍ରୀ ମରିଯାଇଛି ଭାବି ସାଙ୍ଗ ଓ ସ୍ୱାମୀ ରାସ୍ତାରେ ଫୋପାଡି ଦେଇଗଲେ । ହେଲେ ଦରମଲା ଅବସ୍ଥାରେ ଥିବା ଦେଖି ସ୍ଥାନୀୟ ଲୋକେ ଉଦ୍ଦାର କରି ପୀଡିତାଙ୍କୁ ଡାକ୍ତର ଖାନା ନେବା ପରେ ଘଟଣା ସାମ୍ମାକୁ ଆସିଛି । ଘଟଣା ଘଟିଛି ବିହାରର ଝାରଖଣ୍ଡର ଧାନବାଦରେ ।

ପୁଲିସ ଦେଇଥିବା ସୂଚନା ମୁତାବକ,ଝାରଖଣ୍ଡର ଧାନ୍‌ବାଦ୍‌ରେ ପୀଡ଼ିତା ରହୁଥିବା ବେଳେ ବର୍ଷେ ପୂର୍ବରୁ ସେ ମାଧେପୁରାରେ ଥିବା ନର୍ସିଂହୋମ୍‌କୁ ନର୍ସ ହିସାବରେ କାମ କରିବା ପାଇଁ ଆସିଥିଲେ । ନର୍ସିଂହୋମ୍‌ ପାଖରେ ପ୍ରିଣ୍ଟିଂ ପ୍ରେସ୍‌ ଚଳାଉଥିବା ଜଣେ ଯୁବକ ସହ ପୀଡ଼ିତାଙ୍କର ପରିଚୟ ହୋଇଥିଲା । ଧିରେ ଧିରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଆରମ୍ଭ ହେବା ପରେ ୬ମାସ ପୂର୍ବରୁ ଦୁହେଁ ବିବାହ କରିଥିଲେ । ବିବାହ କିଛି ଦିନ ଭଲ ଚାଲିଥିବା ବେଳେ ଧିରେ ଧିରେ ଅଭିଯୁକ୍ତ ସ୍ୱାମୀ ଅଜବ ଅଜବ ଦାବି କରିବା ସହ ମାଡ଼ ମାରିବା ଆରମ୍ଭ କରିଥିଲା । ପରେ ନିଜ ସାଙ୍ଗମାନଙ୍କ ସହ ଶାରୀରିକ ସଂପର୍କ ରଖିବା ପାଇଁ ବାଧ୍ୟ କରିବା ଆରମ୍ଭ କରିଥିଲେ ।

ବାରମ୍ବାର କହିବା ପରେ ପୀଡ଼ିତା ମନା କରିବାରୁ ଅଭିଯୁକ୍ତ ସ୍ୱାମୀ ପୀଡ଼ିତାଙ୍କ ଘରୁ ଡ଼ାକି ନେଇ ନିଜ ସାଙ୍ଗମାନଙ୍କ ସହ ମିଶି ମାଡ଼ ମାରିଥିଲେ । ପରେ ହତ୍ୟା କରିବା ପାଇଁ ପୀଡ଼ିତାଙ୍କ ଉପରେ ବାଇକ୍‌ ମଧ୍ୟ ଚଢ଼ାଇଥିଲେ । ବେହୋସ ହୋଇଯିବା ପରେ ମୃତ ବୋଲି ଭାବି ରାସ୍ତା କଡ଼ରେ ଛାଡ଼ି ଚାଲି ଆସିଥିଲା ସ୍ୱାମୀ । ସବୁ ଜାଣିବା ପରେ ତଦନ୍ତ ଆରମ୍ଭ କରିଛି ପୁଲିସ ।