ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

ମାଲକାନଗିରି: ଜଣେ ସ୍ତ୍ରୀ ନିଜ ମଥାର ସିନ୍ଦୂର ନିଜେ ପୋଛି ଦେଇଛି । କହିବାର କଥା ହେଲା, ଜଣେ ସ୍ତ୍ରୀ ନିଜ ସ୍ୱାମୀଙ୍କୁ ଛୁରା ଭୁସି ହତ୍ୟା କରିଛି । ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ବାଲିମେଳା ଥାନା ଅଂଚଳରେ । ଏନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ ସ୍ତ୍ରୀକୁ ଅଟକ ରଖି ପଚରା ଉଚରା କରୁଛି।

ଗତକାଲି ବିଳମ୍ୱିତ ରାତିରେ ଆପନମଲା ଗାଁର ଆନ୍ତୁ ମୁଦୁଲି ଓ ତାଙ୍କ ସ୍ତ୍ରୀ ଚନ୍ଦ୍ରମା ମୁଦୁଲିଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଚନ୍ଦ୍ରମା ଏକ ଛୁରିରେ ଆନ୍ତୁ ମୁଦୁଲିଙ୍କ ବାମ ପାଖ ଛାତିକୁ ଛୁରିରେ ଭୁସି ଦେଇଥିଲା। ଫଳରେ ଘଟଣାସ୍ଥଳରେ ଅନ୍ତୁଙ୍କ ମୃତ୍ୟୁ ଘଟିଥିଲା।

ଆଜି ସକାଳେ ଏହି ଖବର ପ୍ରକାଶ ପାଇବା ପରେ ବାଲିମେଳା ଥାନା ଅଧିକାରୀ ଜଗଦୀଶ ବାରା ଓ ଏସ୍‌ଆଇ ନୀଳାଦ୍ରି ଚରଣ ବିଶ୍ୱାଳ ଗାଁରେ ପହଂଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅନ୍ୟପକ୍ଷରେ ଅଭିଯୁକ୍ତ ଚନ୍ଦ୍ରମାଙ୍କ ମୁଦୁଲିକୁ ଅଟକ ରଖି ପଚରା ଉଚରା କରୁଛି।