ଦିଅର- ଭାଉଜ ପ୍ରେମ : ସ୍ତ୍ରୀର ଇଶାରାରେ ସ୍ୱାମୀକୁ ହତ୍ୟା କଲା ଦିଅର

କାକେରୀ : ପ୍ରେମ ପାଇଁ ମଣିଷ କିଛି ବି କରିବାକୁ ପଛାଏନି, ଏମିତିକି ତାର ସ୍ୱାମୀକୁ ହତ୍ୟା କରିପାରେ । ଏକଥା ପୁଣି ଥରେ ସାମ୍ନାକୁ ଆସିଛି । ନବବିବାହିତା ନିଜ ଦିଅର ସହ ପ୍ରେମ ସଂପର୍କ ରଖି ନିଜ ସ୍ୱାମୀକୁ ହତ୍ୟା କରିବାରେ ସହଯୋଗ କରିଛି । ଏମିତି ଘଟଣା ଘଟିଛି କାକରୀରେ । ହସନଗଂଜ ବରାତିଖେଡ଼ା କାକେରୀ ଥାନା ଅଂଚଳରେ । ଉମାଦେବୀ ନାମକ ଜଣେ ମହିଳା କରିଛି ଏଭଳି କାଣ୍ଡ ।
କାକେରୀ ଥାନା ଅଂଚଳରେ ଘଟିଥିବା ଏହି ହତ୍ୟାକାଣ୍ଡର ପୋଲିସ କରିଛି ମହାଖୁଲାସା । ଉମାଦେବୀ ବିବାହର ଦଶଦିନ ମଧ୍ୟରେ ଦିଅର ଅନୁପ ପ୍ରେମରେ ପଡ଼ିଯିବା ପରେ ଏଭଳି ଭୁଲ ନିଷ୍ପତ୍ତି ନେବାକୁ ସିଦ୍ଧାନ୍ତ ନେଇଥିଲେ ବୋଲି ପୋଲିସ କହିଛି । ଉମାଦେବୀ ଦିଅର ସହିତ ରହିବାକୁ ଚାହୁଁଥିଲେ ବି ସ୍ଵାମୀ ଥିଲେ ମଝିରେ ପ୍ରତିବନ୍ଧକ । ଏହିକଥା ଦିଅରକୁ କହିବା ପରେ ପ୍ରଥମେ ଦିଅର ରାଜି ହୋଇ ନଥିଲେ । କିନ୍ତୁ ପରେ ଉମାଦେବୀ ପ୍ରେମରେ ଫସାଇ ସ୍ବାମୀଙ୍କୁ ଜୀବନରୁ ମାରିଦେବାକୁ କରିଥିଲେ ଯୋଜନା ।
ଉମା ନିଜର ଜଣେ ସାଙ୍ଗ ସହ ଦିଅର ସହ ପ୍ରଥମେ ପରିଚୟ କରିଥିଲେ । ତା ପରେ ଦିଅର ଓ ଉମାର ସାଙ୍ଗ ମିଶି ତାଙ୍କ ସ୍ଵାମୀଙ୍କୁ କରିଥିଲେ ହତ୍ୟା । ସ୍ବାମୀର ହତ୍ୟା ପରେ ତାଙ୍କୁ ନେଇ ଫିଙ୍ଗିଦେଇଥିଲେ ଘରଠାରୁ ୨କି.ମି. ଦୂରରେ ଥିବା ଏକ କେନାଲରେ । ଏହି ଘଟଣା ଗ୍ରାମବାସୀ ପୋଲିସକୁ ଜଣାଇବାପରେ ପୋଲିସ ଉମାଦେବୀ ଓ ତାଙ୍କ ଦିଅର ଅନୁପକୁ ଗିରଫ କରି କରିଥିଲା କୋର୍ଟ ଚାଲାଣ ।