ଚତୁର୍ଥୀ ରାତିରେ ସହବାସ ପାଇଁ ରାଜି ହେଲନି ସ୍ରୀ,ସ୍ୱାମୀ ଭାବିଲା ପତ୍ନୀ ଲାଜ କରୁଛି ,ହେଲେ ଘଟଣା ଥିଲା କିଛି ଅଲଗା…

ହରିୟାଣା : ବିବାହ ପରେ ବାସର ରାତିକୁ ସବୁଠୁ ଗୁରୁତ୍ୱପୂଣ୍ଣ ବୋଲି ଭାବି ଥାନ୍ତି ବର କନ୍ୟା । ଏହାକୁ ଜୀବନର ୍ଭୁଲା ମୁହୁର୍ତ ବୋଲି ଭାବନ୍ତି । ହେଲେ ଚତୁର୍ଥୀ ରାତିରେ ସ୍ୱାମୀ ସହ ସହବାସ କରିବାକୁ ରାଜି ହୋଇ ନଥିଲା ନବ ବିବାହିତା । ।ଉ ଏହାକୁ ହାଲକା ଭାବେ ନେିଥିଲା ପତି । ଭାବିଥିଲେ ପତ୍ନ୍ୀ ନୂଆ ନୂଆ ଲାଜ କରୁଛି । ହେଲେ ଏମିତି ଅନେକ ଦିନ ଯାଏ ଶାରୀରିକ ସଂପର୍କକୁ ଆଭଏଡ କରି ଚାଲିଥିଲା ପତ୍ନୀ । ସ୍ୱାମୀ ଭାବିଲେ ପତ୍ନୀ ବୋଧେ ସମଲିଙ୍ଗୀ । ହେଲେ ତାହା ବି ଭୁଲ ପ୍ରମାଣିତ ହେଲେ ବିଭାହ ପୂର୍ବରୁ ପତ୍ନୀ ଗର୍ଭବତୀ ବୋଲି ଜଣା ପଡିଲା । ଏମିତି ଘଟଣା ଘଟିଛି ହରିୟାଣାର ପାନିପତରେ । ମାମଲା ଏବେ ଥାନାରେ ପହଁଚିଛି ।

ଚତୁର୍ଥୀ ରାତିରେ ସ୍ତ୍ରୀ ଶାରୀରିକ ସଂପର୍କ ନ ରଖିବାରୁ ଲାଜ କରୁଥିବା ଭାବିଥିଲେ ସ୍ୱାମୀ । କିନ୍ତୁ କିଛି ଦିନ ବିତିବା ପରେ ସ୍ତ୍ରୀକୁ ଅନ୍ୟ କାହା ସହ ଫୋନ୍‌ରେ କଥା ହେଉଥିବାର ଶୁଣି ସ୍ୱାମୀର ସବୁ ଦ୍ୱନ୍ଦ୍ୱ ଦୂର ହୋଇ ଯାଇଥିଲା । ସ୍ତ୍ରୀ ଅନ୍ୟ କାହାକୁ ଭଲ ପାଉଥିବା ବେଳେ ବିବାହ ପୂର୍ବରୁ ଗର୍ଭବତୀ ଥିବାରୁ ଶାରୀରିକ ସଂପର୍କ ରଖୁ ନଥିବା ଜାଣି ପାରିଥିଲେ ସ୍ୱାମୀ । ଯାହା ପରେ ସେ ନିଜ ସ୍ତ୍ରୀ, ତାଙ୍କ ମାତା-ପିତା ଏବଂ ଭଉଣୀ-ଭିଣୋଇଙ୍କ ବିରୋଧରେ ଏତଲା ଦେଇଥିଲେ । ଏତଲା ପାଇ ପୁଲିସ ଏବେ ତଦନ୍ତ ଆରମ୍ଭ କରିଥିବା ଜଣା ପଡ଼ିଛି ।

ସୂଚନା ମୁତାବକ, ବିବାହ ପରେ ନୂଆ ଘରେ ନୂଆ ଲୋକଙ୍କ ସହ ଚଳିବା ପାଇଁ ସମୟ ଲାଗିବ ବୋଲି କହି ଶାରୀରିକ ସଂପର୍କ ରଖିବାକୁ ହରଜୀତ୍‌ଙ୍କୁ ତାଙ୍କ ସ୍ତ୍ରୀ ମନା କରିଥିଲେ । ନିଜ ଘର ଛାଡ଼ିବାର ଦୁଃଖକୁ ଦୂର କରିବା ପାଇଁ ହରଜୀତ୍‌ କୁଲୁ-ମନାଲି ବୁଲିବାର ଯୋଜନା କରିବା ସହ ନିଜ ସ୍ତ୍ରୀଙ୍କୁ ବ୍ୟାଗ୍‌ ପ୍ୟାକ୍‌ କରିବାକୁ କହିଥିଲେ । କିନ୍ତୁ ଦେହ ଖରାପ ଅଛି ବୋଲି କହି ବୁଲିଯିବାକୁ ତାଙ୍କ ସ୍ତ୍ରୀ ସଫା ମନା କରି ଦେଇଥିଲେ । ପରଦିନ ବାରମ୍ବାର ବାନ୍ତି ହେବାରୁ ହରଜୀତ୍‌ ନିଜ ସ୍ତ୍ରୀକୁ ନେଇ ଡ଼ାକ୍ତରୀ ପରୀକ୍ଷା କରାଇଥିଲେ । ଯାହା ପରେ ସେ ଗର୍ଭବତୀ ଥିବା ଜଣା ପଡ଼ିଥିଲା । କିନ୍ତୁ ପରୀକ୍ଷାରେ ବିଶ୍ୱାସ ନ କରି ହରଜୀତ୍‌ ଅଲଟ୍ରାସାଉଣ୍ଡ କରାଇଥିଲେ । ଯାହା ପରେ ତାଙ୍କ ସ୍ତ୍ରୀ ୭ସପ୍ତାହ ୪ଦିନର ଗର୍ଭବତୀ ଥିବା ସ୍ପଷ୍ଟ ହୋଇ ଯାଇଥିଲା ।

ସବୁ ସତ ସାମ୍ନାକୁ ଆସିବା ପରେ ମୁଁ ଦିଲ୍ଲୀରେ ରହୁଥିବା ଜଣେ ଯୁବକଙ୍କୁ ଭଲ ପାଉଛି ଏବଂ ମୋ ପେଟରେ ଥିବା ପିଲା ତାଙ୍କର ବୋଲି ହର୍‌ଜୀତ୍‌ଙ୍କୁ ତାଙ୍କ ସ୍ତ୍ରୀ ଜଣାଇଥିଲେ । ସବୁ ଜାଣିବା ପରେ ହର୍‌ଜୀତ୍‌ଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । ପରେ ସେ ବିବାହ ନାମରେ ଠକେଇର ଶିକାର ହୋଇଥିବା ଅଭିଯୋଗ କରି ନିଜ ସ୍ତ୍ରୀ, ତାଙ୍କ ମାତା-ପିତା ଏବଂ ଭଉଣୀ-ଭିଣୋଇଙ୍କ ବିରୋଧରେ ଏତଲା ଦେଇଥିଲେ । ଏବେ ଏ ନେଇ ତଦନ୍ତ ଆରମ୍ଭ କରିଛି ପୁଲିସ ।