ବାହାଘରର ୨୨ ଦିନରେ ସ୍ୱାମୀକୁ କ୍ଷୀରରେ ଘିଅ ମିଶାଇ ପିଇବାକୁ ଦେଇ କଣ କଲେ ପତ୍ନୀ, ତେବେ କଣ ହେଲା ଯେ, ଡାକ୍ତରଖାନାଗଲେ ପତି

ନୂଆଦିଲ୍ଲୀ : ବାହାଘରର ମାତ୍ର ୨୨ ଦିନ ହୋଇଥିଲା । ନୂଆ ବୋହୁକୁ ପାଇ ସମସ୍ତେ ଖୁସିରେ ଫାଟି ପଡୁଥିଲେ । ମିଠା ମିଠା କଥା କହି ନୂଆ ବୋହୁ ବି ସମସ୍ତଙ୍କ ମନ ଜିଣି ନେଇ ଥିଲେ । ହେଲେ ସାରୁରେ ଯେମିତି ଥିଲା ମାରୁ । ଭିତରେ କିନ୍ତୁ ନୂଆ ବୋହୁର ମନ୍ଦ ଉଦେଶ୍ୟ ଥିଲା । ବାହାଘରର ୨୨ ଦିନରେ ରାତିରେ ବେଡରେ କ୍ଷୀର ସହ ଦେଶୀ ଘିଅ ମିଶାଇ ସ୍ୱାମୀଙ୍କୁ ପିଇବାକୁ ଦେଇଥିଲେ , ହେଲେ ଯେତେବେଳେ ନିଦ ଭାଙ୍ଗିଲା ସେତେବେଳେ ସେ ନିଜକୁ ଡାକ୍ତରଖାନାରେ ପାଇଲେ,ତେବେ ପାଖରେ ସ୍ତ୍ରୀ ନଥିଲେ ।ାଉ ଘଟଣା ଜାଣିବା ପରେ ତାଙ୍କ ପାଦ ତଳୁ ମାଟି ଖସି ଗଲାପରି ଲାଗିଥିଲା ।

ଅଭିଯୁକ୍ତ ମହିଳାଙ୍କର ଆଉ ଜଣେ ପୁରୁଷଙ୍କ ସହ ବିବାହ ପୂର୍ବରୁ ପ୍ରେମ ସଂପର୍କ ରହିଥିଲା । ଯାହାକୁ ସେ ବିବାହ ପରେ ମଧ୍ୟ ଭୁଲି ପରି ନଥିଲେ । ନିଜ ପ୍ରେମିକ ପାଇଁ ସେ ନିଜ ସ୍ୱାମୀଙ୍କୁ ଠକି ଚାଲି ଯାଇଥିଲେ । ଯିବା ପୂର୍ବରୁ ସ୍ୱାମୀଙ୍କ କ୍ଷୀରରେ ନିଶା ଔଷଧ ମିଶାଇ ପୀଡ଼ିତା ବେହୋସ କରିବା ସହ ଘରେ ଥିବା ଟଙ୍କା,ସୁନାଗହଣା ଏବଂ ପୀଡ଼ିତଙ୍କ କିଛି ପୋଷାକ ମଧ୍ୟ ନେଇ ଚାଲି ଯାଇଥିଲେ । ସକାଳ ହେବା ପରେ ସବୁ ସତ ସାମ୍ନାକୁ ଆସିଥିଲା । ପୀଡ଼ିତ ସକାଳୁ ଉଠିବା ପରେ ମୁଣ୍ଡ ବୁଲାଇ ତଳେ ପଡ଼ି ଯାଇଥିଲେ । ଯାହାର ଶବ୍ଦ ଶୁଣି ପରିବାର ଲୋକେ ରୁମ୍‌ ଭିତରକୁ ଆସି ଦେଖିବା ପରେ ସବୁ ସତ ସାମ୍ନାକୁ ଆସିଥିଲା । ପୀଡ଼ିତ ସୁସ୍ଥ ହେବା ପରେ ପୁଲିସ ଆଗରେ ଏ ନେଇ ଅଭିଯୋଗ କରିଥିବା ଜଣା ପଡ଼ିଛି । ଅଭିଯୋଗ ପାଇ ପୁଲିସ ଏବେ ଛାନ୍‌ ଭିନ୍‌ ଆରମ୍ଭ କରିଛି ।