ସରିଲା ବିଧାନସଭା ତୁଟୁନି କଳି: କାହିଁକି ୧୮ ଦିନ ଆଗରୁ ବନ୍ଦ ହେଲା ଗୃହ ଶାସକ ବିରୋଧୀ ମୁହାଁ ମୁହିଁ

ଭୁବନେଶ୍ବର : ବିଧାନସଭାକୁ ୧୮ ଦିନ ଆଗରୁ ବନ୍ଦ କରିବାକୁ ନେଇ ଉଭୟ ବିଜେଡି ଓ କଂଗ୍ରେସକୁ ଘେରିଛି ବିଜେପି। ଅପରାଗତା ପଦାରେ ପଡିଯିବ ବୋଲି କଂଗ୍ରେସ ଓ ବିଜେଡି ସଲାସୁତାରା ହୋଇ ଗୃହକୁ ବନ୍ଦ କରିଛନ୍ତି ବୋଲି ଅଭିଯୋଗ କରିଛି । ଶାସକ ଦଳ ବିରୋଧୀଦଳ କଂଗ୍ରେସକୁ ପକେଟରେ ପୂରାଇ ବୁଲିଛି ବୋଲି ଅଭିଯୋଗ କରିଛି । ଏପଟେ ବିଜେପି ଓ କଂଗ୍ରେସ ଡବଲ କଥା କହୁଛନ୍ତି ବୋଲ ବିଜେଡି କହିଥିବାବେଳେ ବିଜେପି ଭୟଭୀତ ହୋଇଯାଇଥିବା କହିଛି କଂଗ୍ରେସଟ୍ଟ

୫ ଦିନ ଚାଲିଲା ୧୮ ଦିନ ପୂର୍ବରୁ ବନ୍ଦ ହେଇଗଲା । କାହିଁକି ବିଧାନସଭା ଶୀତ ଅଧିବେଶନ ଅଧାରୁ ବନ୍ଦ ହେଲା? ଏନେଇ ଆଜି ବିଜେପି ଘେରିଛି ବିଜେଡି ଓ କଂଗ୍ରେସକୁ। ଅପରାଗତାକୁ ଲୁଚାଇବା ପାଇଁ ଶାସକ ଦଳ ବିଧାନସଭାରୁ ପଳାଇଛନ୍ତି ବୋଲି ବିଜେପି କହିଛି । ବିଧାନସଭାରେ ସରକାରୀ କାର‌୍ୟ୍ୟକ୍ରମ ନଥିଲେ ଅନେକ ପ୍ରସଙ୍ଗ ଓ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ରହିଥିଲା ଆଲୋଚନା ପାଇଁ । ବେକାରୀ, ଦାଦନ, ଚିଟଫଣ୍ତ, ଖଣି ଖାଦନ, ନେତାଙ୍କୁ ବିଜେଡି ନେତା ମାଡ଼ମାରିବା, ଡିପ ବୋରଓ୍ବେଲ ନାଁରେ ଟଙ୍କା ହଡପ ଭଳି ପ୍ରସଙ୍ଗ ଥିଲା ବୋଲି ବିଜେପି କହିଛି।

କେବଳ ଶାସକ ଦଳ। ନୁହେଁ କଂଗ୍ରେସକୁ ବି ଆକ୍ଷେପ କରିଛି ବିଜେପି। ବିରୋଧୀ ଦଳକୁ ପକେଟରେ ପୁରାଇ ଶାସକ ଦଳ ବୁଲୁଛି । ଉଭୟଙ୍କୁ ସଲାସୁତୁରରେ ଗୃହ ବନ୍ଦ ହୋଇଛି ବୋଲି କହିଛି ।ଏପଟେ ବିଜେପି ଅଭିଯୋଗର ଜବାବ ରଖିଛି କଂଗ୍ରେସ। ସର୍ବଦଳୀୟ ବୈଠକରେ ଗୃହ ବନ୍ଦକୁ ବିରୋଧ କରିଥିଲା କଂଗ୍ରେସ ବୋଲି କହିଛି।
ଡିସେମ୍ବର ୧୫ଯାଏ ବିଧାନସଭା ଚାଲିବାକୁ ସ୍ଥିର ହୋଇଥିଲା। କିନ୍ତୁ ମାତ୍ର ୫ ଦିନ ଚାଲିଥିଲା । ପୂର୍ବରୁ ଅନେକ ଅଧିବେଶନ ସମୟ ପୂର୍ବରୁ ମୁଲତବୀ ହୋଇଥିବା ବେଳେ ଶୀତ ଅଧିବେଶ ମଧ୍ୟ ସେହି ରାସ୍ତାରେ ଯାଇଛି।