କାହିଁକି ମାନସଙ୍କୁ ଦଳୀୟ ମିଡିଆ ଦାୟୀତ୍ୱ ଦେଲେ ନବୀନ

ଭୁବନେଶ୍ୱର : ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଗୁରୁବାର ୩୬ଜଣ ରାଜ୍ୟସ୍ତରୀୟ ସାଧାରଣ ସମ୍ପାଦକଙ୍କୁ ନିଯୁକ୍ତି ଦେବା ସହ ଦାୟିତ୍ୱ ବଣ୍ଟନ କରିଛନ୍ତି । ଏମାନଙ୍କ ଭିତରେ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ପାଇଥିବା ମାନସ ମଙ୍ଗରାଜଙ୍କୁ ଦଳର ମିଡିଆ ଦାୟୀତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜନୈତିକ ଦଳ ମାନଙ୍କ ପାଇଁ ଆଜି କାଲି ମିଡିଆ ଓ ସୋସିଆଲ ମିଡିଆର ଯଥେଷ୍ଟ ଗୁରୁତ୍ୱ ରହିଛି । ଯେଉଁ ଦଳ ମିଡିଆ ଆଉ ସୋସିଆଲ ମିଡିଆରେ ନିଜର ମତ ବା ଯୁକ୍ତି ଯେତେ ପ୍ରଭାବି ଢଙ୍ଗରେ ରଖିବାର ସଫଳ ହେବ ସେଇ ଦଳ ଲୋକଙ୍କ ମନ ଜିଣିବାରେ ସେତିକି ସହଜ ହେବ । ଖାସ କରି ସୋସିଆଲ ମିଡିଆ ଏବଂ ମିଡିଆରେ ସରକାରଙ୍କୁ ସମାଲୋଚନରେ ଛନ୍ଧୁଥିବା ବିରୋଧୀଙ୍କୁ କିପରି କାଉଣ୍ଟର ଆଟାକ କରିହେବ ଓ ଦଳର ଆବିମୁଖ୍ୟ ସକାରାତ୍ମକ ଢଙ୍ଗରେ ଲୋକଙ୍କ ପାଖରେ ପହଁଚାଇବା ହେବ ତାହା ବି ଏକ ବଡ ଚ୍ୟାଲେଞ୍ଜ ହୋଇଛି ରାଜନୈତିକ ଦଳ ମାନଙ୍କ ପାଇଁ । ତେବେ ଏପରି ଗୁରୁତ୍ୱ ପୂଣ୍ଣ ଦାୟୀତ୍ୱ କାହିଁକି ନବୀନ ମାନସ ମଙ୍ଗରାଜଙ୍କୁ ଦେଲେ ସେନେଇ ନାନା ଚର୍ଚ୍ଚା ହେଉଛି ।


୨୦୧୯ ନିର୍ବାଚନ ସମୟରେ ମିଡିଆ ସେଲ ଦାୟିତ୍ୱରେ ଥିବା ମାନସ ମଙ୍ଗରାଜଙ୍କ ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ନିଜର ଆସ୍ଥା ଜାରି ରଖିଛନ୍ତି । ସାଧାରଣ ନିର୍ବାଚନ ଭଳି କଠିନ ସମୟରେ ଦଳର ମିଡିଆ ମ୍ୟାନେଜମେଣ୍ଟରେ ଦକ୍ଷତା ଦେଖାଇଛନ୍ତି ମାନସ । ଉଭୟ ପ୍ରିଣ୍ଟ ଓ ଇଲୋକଟ୍ରୋନିକ୍ସ ମିଡିଆ ମାଧ୍ୟମରେ ଲୋକଙ୍କ ପାଖରେ ସରକାରଙ୍କ ସଫଳତା ଓ ଦଳର ଆଭିମୁଖ୍ୟ ପହଁଚାଇବାରେ ସଫଳ ହୋଇଥିଲେ । କେବଳ ମିଡିଆ ନୁହେଁ ସୋସିଆଲ ମିଡିଆରେ ମଧ୍ୟ ଦଳର ସକ୍ରୀୟତା ବେଶ ବାରି ହୋଇ ପଡିଥିଲା । ବିରୋଧୀଙ୍କ ଆରୋପକୁ କାଉଣ୍ଟର କରି ସୋସିଆଲ ମିଡିଆରେ ବଳିଷ୍ଠ ଯୁକ୍ତି ଦେଇ ଲୋକଙ୍କ ପାଖରେ ବିଜେଡିର ଆଭିମୁଖ୍ୟ ପହଁଚାଇବାରେ ତାଙ୍କ ଭୂମିକା ବେଶ ଗୁରୁତ୍ୱ ରଖିଥିଲା । କେବଳ ସେତିକି ନୁହେଁ ଦଳର ନେତାଙ୍କ ଭିତରେ ସମନ୍ୱୟ ରଖି କିପରି ମିଡିଆକୁ ସଠିକ ମତ ଯିବ ତା ତାହା ସେ ସଂଯୋଜକ ଭାବେ ଠିକଣା ଭାବରେ ନିର୍ବାହ କରୁଛନ୍ତି । ନିଜର ଦୀର୍ଘ ଦିନର ସାମ୍ବାଦିକତା ଦକ୍ଷତା ଓ ଅନୁଭୂତିକୁ ଦଳ ପାଇଁ ସଠିକ ଭାବେ କାମରେ ଲଗାଉଥିବାରୁ ମାନସ ମଙ୍ଗରାଜଙ୍କ ଉପରେ କୁଆଡେ ନବୀନ ଭରସା କରିଥିବା କୁହାଯାଉଛି । ସେଥିଲାଗି ମାନସ ମଙ୍ଗରାଜଙ୍କୁ ଦଳର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତାଙ୍କୁ ମିଡିଆ ଆଫେଆର ଦାୟିତ୍ୱ ପ୍ରଦାନ କରାଯାଇଛି । ଶ୍ରୀ ମଙ୍ଗରାଜ ମିଡିଆ ମାଧ୍ୟମରେ ସରକାରଙ୍କ ସମସ୍ତ ଜନହିତକର କାର୍ଯ୍ୟକ୍ରମ ରାଜ୍ୟର ସାଧାରଣ ଜନତାଙ୍କ ପାଖରେ କିପରି ପହଁଚାଇ ହେବ ତାର ଦାୟିତ୍ୱ ନିର୍ବାହ କରିବେ ।