ମାସେ ହେଲା ବାହା ହେଲେଣି ଦୀପିକା- ରଣବୀର,ହୋଇ ପାରୁନି ହନିମୁନ କାହାର ଅଡୁଆ, କାହିଁକି ଡର

ମୁମ୍ବାଇ : ବଲିଉଡର ଚର୍ଚ୍ଚିତ ଯୋଡି ଦୀପିକା ପାଦୁକୋନ ଓ ରଣବୀର କପୁର ଗତ ନଭେନମ୍ବର ମାସରୁ ବିବାହ କରିସାରିଲେଣି । ବେଶ ଧୁମ ଧାମରେ ବାହାଘର ବି ହେଲା । ହଲେ ହନି ମୁନ ହୋଇ ପାରୁନି । ବାହାଘର ମାସକ ପରେ ବି ଦୁହେଁ ହନିମୁନରେ ନଯିବାକୁ ନେଇ ଏବେ ବଲିଉଡ ଓ ତାଙ୍କ ଫ୍ୟାନଙ୍କ ଭିତରେ ନା ନା ଚର୍ଚ୍ଚା ଆରମ୍ଭ ହୋଇଛି ।

ତେବେ ବାସ୍ତବ କଥା ହେଉଛି ଦୁହିଁଙ୍କ ପାଖରେ କାଳେ ହନିମୁନ କରିବାକୁ ସମୟ ନାହିଁ । ଏତେ କାର‌୍ୟ୍ୟବସ୍ତ ଯେ ହନିମୁନ୍‌ ଯିବାକୁ ତାଙ୍କ ହାତରେ ସମୟ ନାହିଁ। ଇତିମଧ୍ୟରେ ରଣବୀର କପୁର କହିଛନ୍ତି କି ସେମାନେ ହନିମୁନ୍‌ ପ୍ରୋଗ୍ରାମକୁ କ୍ୟାନସଲ୍‌ କରି ଦେଇଛନ୍ତି। କାରଣ ରଣବୀର ତାଙ୍କ ଅଭିନୀତ ଫିଲ୍ମ ‘ସିମ୍ବା’ ପାଇଁ ଏବେ ବ୍ୟସ୍ତ ଅଛନ୍ତି। ଆସନ୍ତା ୨୮ରେ ଏହା ରିଲିଜ୍‌ ହେବାକୁ ଥିବା ବେଳେ ଏହା ରିଲିଜ୍‌ ହୋଇ ସାରିବା ପରେ ହୁଏତ ସେ ହନିମୁନ୍‌ ଯିବା କଥା ଚିନ୍ତା କରିବେ ବୋଲି ଶୁଣିବାକୁ ମିଳୁଛି।

ହନିମୁନ ପରେ ପ୍ରିୟଙ୍କାଙ୍କୁ ଛାଡି ଚାଲିଗଲେ ନିକ, କେମିତି ପୁରଣ ହେବ ଏକାଧିକ ସନ୍ତାନର ସ୍ୱପ୍ନ