ନାଲକୋ ସିଏମଡି ଦୌଡ, ଆଗରେ ଶ୍ରୀଧର

ଭୁବନେଶ୍ୱର: କିଏ ହେବେ ନବରତ୍ନା ନାଲକୋର ପରବର୍ତୀ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ? ବର୍ତମାନର ଅଧ୍ୟକ୍ଷ ଆସନ୍ତା ନଭେମ୍ବର ମାସରେ ଅବସର ନେଉଛନ୍ତି । ଦୌଡରେ ସବୁଠାରୁ ଆଗରେ ଅଛନ୍ତି ନାଲକୋର ନିର୍ଦ୍ଦେଶକ(ଅର୍ଥ) ଶ୍ରୀଧର ପାତ୍ର । ଅନ୍ୟମାନଙ୍କ ମଧ୍ୟରେ ରାଷ୍ଟ୍ରାୟତ ସେଲର ବାଣିଜ୍ୟିକ ନିର୍ଦ୍ଦେଶକ ସୋମା ମଣ୍ଡଳ, ମେକନର ଅଧ୍ୟକ୍ଷ ଅତୁଲ ଭଟ୍ଟ, ନର୍ଥ ଇଷ୍ଟର୍ଣ୍ଣ ଇଲେକ୍ଟ୍ରିକ ପାୱାର କର୍ପୋରେସନର ନିର୍ଦ୍ଦେଶକ ଶିବା ଶୁନଗନ୍ଥନନ ରହିଛନ୍ତି ।ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ନିଯୁକ୍ତି ସଂକ୍ରାନ୍ତିୟ କ୍ୟାବିନେଟ ବୈଠକରେ ଚୂଡାନ୍ତ ମୋହର ବାଜିବ ।

ଶ୍ରୀଧର ପାତ୍ର ଓଡ଼ିଶା ଖଣି ନିଗମ, ଇଣ୍ଡିଆନ ରେଆର ଆର୍ଥ, ଟିଏଚଡିସି ଇଣ୍ଡିଆ ଭଳି ସଂସ୍ଥାରେ କାର୍ଯ୍ୟ ସମ୍ପାଦନ କରି ନିଜ ଦକ୍ଷତା ଦେଖାଇ ସାରିଛନ୍ତି । ଗତ ସେପ୍ଟେମ୍ବର ମାସରେ ସେ ନାଲକୋରେ ଯୋଗ ଦେଇଥିଲେ । ସେହିପରି ସୋମା ମଣ୍ଡଳ ମଧ୍ୟ ନାଲକୋରେ ଗ୍ରାଜୁଏଟ ଇଂଜିନିୟର ଭାବେ ଯୋଗ ଦେଇ ବାଣିଜ୍ୟିକ ନିର୍ଦ୍ଦେଶକ ପଦବୀରେ ଥିଲେ ।