ହାଇଡ୍ରୋକ୍ସି କ୍ଲୋରୋକୁଇନ୍ ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିଷେଦ୍ଧାଦେଶ ଜାରି

ନୂଆଦିଲ୍ଲୀ:କରୋନା ଭୂତାଣୁ ସଂକ୍ରମିତଙ୍କ ଚିକିତ୍ସା ଲାଗି ମ୍ୟାଲେରିଆ ନିରୋଧୀ ହାଇଡ୍ରୋକ୍ସି କ୍ଲୋରୋକୁଇନକୁ ବ୍ୟବହାର କରାଯାଉଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହା ଉପରେ ସାମୟିିକ ନିଷେଦ୍ଧାଦେଶ ଜାରି କରିଛି । କରୋନା ସଂକ୍ରମିତଙ୍କ ଚିକିତ୍ସା ଲାଗି ହାଇଡ୍ରୋକ୍ସି କ୍ଲୋରୋକୁଇନର ବ୍ୟବହାର ନିରାପଦ ନୁହେଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରୋସ ଆଧାନମ କହିଛନ୍ତି ଯେ, ହାଇଡ୍ରୋକ୍ସି କ୍ଲୋରୋକୁଇନର ବର୍ତମାନ ପରୀକ୍ଷା ଚାଲିଛି । ତେଣୁ ଏହା ଏବେ ବ୍ୟବହାର କରାଯାଇପାରିନାହିଁ ।

ଭାରତ ସରକାର ଏଚସିକ୍ୟୁର ବ୍ୟାପକ ବ୍ୟବହାର ଲାଗି ନିର୍ଦେଶ ଦେବାର କିଛି ଦିନ ପରେ ହୁ ଏପରି ନିଷେଦ୍ଧାଦେଶ ଜାରି କରିଛି । ହାଇଡ୍ରୋକ୍ସି କ୍ଲୋରକୁଇନ୍ ଦ୍ୱାରା କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରାଯାଇପାରୁଥିବା ଭାରତ ଦାବି କରୁଛି । ତେବେ ହୁ ପକ୍ଷରୁ ଏହା ନିରାପଦ ନୁହେଁ ବୋଲି କୁହାଯାଇଛି । ମେ ୨୩ ତାରିଖରେ ଭାରତ ସରକାରଙ୍କ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶାଳୟ ଏମ୍ସ ପ୍ରତିନିଧି, ଆଇସିଏମଆରଏବଂ ଏନସିଡିସିର ଅଧିକାରୀ ସମୀକ୍ଷା କରି ମ୍ୟାଲେରିଆ ପାଇଁ ବ୍ୟବହାର ହେଉଥିବା ଏହି ଔଷଧକୁ କରୋନା ପାଇଁ ବ୍ୟବହାର କରିବାକୁ ସ୍ୱାସ୍ଥ୍ୟ କର୍ମୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏହା ଉପରେ ନିଷେଧାଦେଶ ଜାରି ହୋଇଛି ।