ନନ୍ଦନକାନନରେ ନୂଆ ଅତିଥି: ଧଳା ବାଘୁଣୀ ଗର୍ଭରୁ ଦୁଇ ବାଘ ଶାବକଙ୍କ ଜନ୍ମ

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଦୁଇ ନୂଆ ଅତିଥି । ଧଳା ବାଘୁଣୀ ସ୍ନେହା ଗର୍ଭରୁ ଦୁଇ ବାଘ ଶାବକଙ୍କ ଜନ୍ମ ହୋଇଛି । ବର୍ତ୍ତମାନ ନନ୍ଦନକାନନରେ ବାଘ ସଂଖ୍ୟା ୨୫ ରୁ ୨୭ କୁ ବୃଦ୍ଧି ହେଲା।

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗୁରୁବାର ଭୋର ସମୟରେ ଅର୍ଥାତ ୩:୩୮ ସମୟ ଓ ୫:୪୪ ସମୟରେ ବାଘୁଣୀ ସ୍ନେହା ଦୁଇଟି ବାଘ ଶାବକକୁ ଜନ୍ମ ଦେଇଛି । ବର୍ତମାନ ସୁଦ୍ଧା ମାଆ ଓ ବାଘ ଛୁଆଙ୍କ ସ୍ବାସ୍ଥ୍ୟବସ୍ଥା ଠିକ ରହିଥିବା ଜଣାପଡିଛି । ଗତ ତିନି ମାସ ତଳେ ପ୍ରଥମ ଥର ପାଇଁ ହାଇଦ୍ରାବାଦର ସାଧାରଣ ରଙ୍ଗର ବାଘ ସୈଫ ସହିତ କର୍ତୃପକ୍ଷ ମିଳନ କରାଇବା ପ୍ରୟାସ ଏବେ ସଫଳ ହୋଇଛି ।

ସାଧାରଣ ବାଘୁଣୀମାନେ ଗର୍ଭଧାରଣାର ୧୦୦ ରୁ ୧୦୩ ଦିନ ମଧ୍ୟରେ ଛୁଆ ଜନ୍ମ ଦେଇଥାନ୍ତି । ଏନେଇ କର୍ତୃପକ୍ଷ ସମସ୍ତ ପ୍ରକାରର ବ୍ୟବସ୍ଥା କରି ସିସିଟିଭି ମାଧ୍ୟମରେ ସ୍ନେହାର ଗତିବିଧି ଉପରେ ନଜର ରଖିଥିଲା । ବର୍ତ୍ତମାନ ଧଳା ବାଘ ସଂଖ୍ୟା ୮ ରହିଥିବାବେଳେ ସାଧାରଣ ବାଘର ରଙ୍ଗ ସଂଖ୍ୟା ୧୩ ଓ କଳା ବାଘ ସଂଖ୍ୟା ୪ରେ ପହଂଚିଛି ।