ମହାଲକ୍ଷ୍ମୀଙ୍କ ପୂଜା ମଣ୍ଡପରେ ଧଳାପେଚା କରୁଛି ଆରଧାନ

ବାରଙ୍ଗ : ମହାଲକ୍ଷ୍ମୀଙ୍କ ପୂଜା ମଣ୍ଡପରେ ପେଚା କରୁଛି ଆରଧାନ । ମା ଲକ୍ଷ୍ମୀଙ୍କ ବାହନ ପେଚା ପୂଜା ମଣ୍ଡପରେ  ମାଲକ୍ଷ୍ମୀଙ୍କୁ ଦର୍ଶନ କରିବାକୁ ଆସିବା ଓ  ପାଦ ଦଳେ  ବସି ମାଙ୍କୁ  ଚାହିଁ ଆରଧାନା ମୁଦ୍ରାରେ ବସୁଛି ଆଉ ଉଡିଯାଉଛି  । ବାରଙ୍ଗର ଏକ ପୂଜା ମଣ୍ଡପରେ ଏମିତି ଦୃଶ୍ୟକୁ ନେଇ ଏବେ ସବୁଠି ଆଲୋଚନା ଚାଲିଛି । ତେବେ ଆପଣ ବି ଏ ଦୃଶ୍ୟ ନଦେଖିଲେ ପେଚାର ଆରଧାନ କଥା ବିଶ୍ବାସ କରି ପାରିବେନି । ଦେଖନ୍ତୁ କିପରି ଲକ୍ଷ୍ମୀ ମଣ୍ଡପରେ ଆସି ଆରଧାନ କରୁଛି ମାଙ୍କ ବାହନ ପେଚା । ସେପଟେ ପୂଜା ମଣ୍ଡପରେ ପେଚା ଆସି ବସିବା ଅଞ୍ଚଳ ପାଇଁ ଶୁଭ ବୋଲି ବିଶ୍ବସ କରୁଛନ୍ତି ସ୍ଥାନୀୟ ଲୋକେ ।

ମା ଲକ୍ଷ୍ମୀଙ୍କ ପାଦ ଦଳେ ବାହନ ପେଚା । ଆପଣ ଦେଖୁଥିବା ମାଙ୍କ ବାହାନ କିନ୍ତୁ ଜୀବନ୍ତ ପେଚା । ଲକ୍ଷ୍ମୀ ପୂଜା ମଣ୍ଡପକୁ ଆସି ମାଙ୍କ ଦର୍ଶନ କରୁଛି ଲକ୍ଷ୍ମୀଙ୍କ ବାହନ ଏହି ଧଳା ପେଚା । ସଂଧ୍ୟା ଆଳତି ସମୟରେ ଏହି ପେଚା ପୂଜା ମଣ୍ଡପକୁ ଆସି ମା ଲକ୍ଷ୍ମୀଙ୍କ ପାଦ ତଳେ ବସୁଛି । ଦେଖନ୍ତୁ କିପରି ଆରଧାନା ମୁଦ୍ରାରେ ମାଙ୍କ ପାଦ ତଳେ ବସିଛି ମା ଲକ୍ଷ୍ମୀଙ୍କ ବାହନ ଏହି ଧଳା ପେଚା । ପୂଜା ମଣ୍ଡପର ଶଦ୍ଧ ଓ ଗହଳି ଚହଳିରେ ଡରି ଯାଉନି । କିଛି ସମୟ ଗଜ ଲକ୍ଷ୍ମୀଙ୍କ ମୃଣ୍ମୟୀ ମୂର୍ତ୍ତୀ ତଳେ ବସି ମାଙ୍କୁ ଚାହିଁ ରହୁଛି । କେବଳ ଏତିକି ନୁହେଁ । କିଛି ସମୟ ବସି ମାଙ୍କ ପାଦ ପାଖକୁ ଯିବା ପରେ ପୁଣି ଉଡି ଯାଉଛି ।

ଏହି ଦୃଶ୍ୟ ହେଉଛି ବାରଙ୍ଗ ରଘୁନାଥପୁର ଗଜ ଲକ୍ଷ୍ମୀ ପୂଜା ମଣ୍ଡପର । ୨୭ ବର୍ଷ ଧରି କୁମାର ପୂଣ୍ଣିମାରେ ଏଠାରେ ପୂଜା ପାଉଛନ୍ତି ମା ଲକ୍ଷ୍ମୀ ।ତେବେ ଏଥର କୂମାର ପୂଣ୍ଣିମାରେ ମାଙ୍କ ପାତ ତଳେ ତାଙ୍କ ବାହନ ଆସି ବସିବା ,ମାଙ୍କ ପାଦ ତଳେ ବସି ଆରଧାନ କରିବା ଘଟଣା ଶୁଭଙ୍କର ବୋଲି କହୁଛନ୍ତି ସ୍ଥୀନୟ ଲୋକେ । ସେମାନଙ୍କ ବିଶ୍ବାସ ଧନ ଲକ୍ଷ୍ମୀଙ୍କ ପୂଜାରେ ତାଙ୍କ ବାହନ ଆସିବା ଶୁଭ ଲକ୍ଷ୍ଣଣ ।

ପେଚା ପୂଜା ମଣ୍ଡପକୁ ଆସି ବସି ମାଙ୍କୁ ଦର୍ଶନ କରିବା ଖବର ପ୍ରଚାର ହେବା ପରେ ଏବେ ପୂଜା ମଣ୍ଡପରେ ଗହଳି ବଢିଯାଇଛି ।