ଶ୍ରୀମନ୍ଦିର ନୀଳଚକ୍ରରେ ଉଡ଼ିଲା ଧଳା ଧ୍ୱଜା

ଭୁବନେଶ୍ୱର:  ଶ୍ରୀମନ୍ଦିର ନୀଳଚକ୍ରରେ ଉଡ଼ିଲା ଧଳା ଧ୍ୱଜା। ଏହି ଧଳା ରଙ୍ଗର ନେତ ବାତ୍ୟା ଓ ବର୍ଷାର ସୂଚକ ହୋଇଥାଏ ବୋଲି କହିଛନ୍ତି ଚୂନରା ସେବକ ଶରତ ମହାନ୍ତି। ଭକ୍ତମାନେ ନାଲି, ହଳଦିଆ ଓ ଧଳା ରଙ୍ଗର ବାନା ମାନସିକ କରି ପ୍ରଦାନ କରିଥାନ୍ତି।

ଲଟେରୀ ମାଧ୍ୟରେ ବାନା ଚୟନ କରାଯାଉଥିବା ବେଳେ ଯେଉଁ ଦିନ ଯାହାର ଲଟେରୀ ଉଠେ, ସେହି ହିସାବରେ ବାନା ବନ୍ଧାଯାଏ। ତେବେ ବିଧିର ବଡ ବିଚିତ୍ର ବିଧାନ। ଯେଉଁଦିନ ପାଣିପାଗରେ ବର୍ଷାର ସୂଚନା ଥାଏ, ସେଦିନ ସ୍ୱତଃପ୍ରବୃତ୍ତ ଭାବେ ଧଳା ବାନା ଉଡେ ବୋଲି ବିଶ୍ୱାସ ଥିବା କହିଛନ୍ତି ଚୂନରା ସେବକ।