ସ୍ୱାଧିନତା ଦିବସରେ ରାଜ୍ୟରେ କିଏ କେଉଁଠି କରିବେ ପତାକା ଉତ୍ତୋଳନ

ଭୁବନେଶ୍ୱର:ଆଉ ୫ ଦିନ ମାତ୍ର ବାକି ରହିଲା ସ୍ୱାଧିନତା ଦିବସ । ଚଳିତ ଥର ରାଜ୍ୟସ୍ତରୀୟ ସ୍ୱାଧିନତା ଦିବସରେ କିଏ କେଉଁଠି ପତାକା ଉତ୍ତୋଳନ କରିବ ସେ ନେଇ ଆଜି ତାଲିକା ପ୍ରକାଶ ପାଇଛି । ଆଗକୁ ଥିବା ସ୍ୱାଧିନତା ଦିବସରେ ବିଭିନ୍ନ ସ୍ଥାନରେ ମନ୍ତ୍ରୀମାନେ ପତାକା ଉତ୍ତେଳନ କରିବେ ।  ରାଜଧାନୀ ଭୁବନେଶ୍ୱରରେ ସବୁ ବର୍ଷ ଭଳି ଚଳିତ ଥର ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଉତ୍ତୋଳନ କରିବେ । 

କିଏ କେଉଁଠି

ଭୁବନେଶ୍ୱର -ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କଟକ         – ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ

ଅନୁଗୁଳ        -ବିକ୍ରମ କେଶରୀ ଆରୁଖ

ପୁରୀ          -ପ୍ରଫୁଲ୍ଲ କୁମାର ମଲ୍ଲିକ

କେନ୍ଦ୍ରାପଡ଼ା -ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ମୟୂରଭଞ୍ଜ -ପ୍ରତାପ ଜେନା

କଳାହାଣ୍ଡି -ପଦ୍ମନାଭ ବେହେରା

ଢେଙ୍କାନାଳ -ଅରୁଣ ସାହୁ

ସୁନ୍ଦରଗଡ଼ -ସୁଦାମ ମାରାଣ୍ଡି

କନ୍ଧମାଳ -ସୁଶାନ୍ତ ସିଂହ

ବଲାଙ୍ଗୀର -ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ

ନୟାଗଡ଼ -ଟୁକୁନି ସାହୁ

କେନ୍ଦୁଝର -ଜଗନ୍ନାଥ ସାରକା

ସମ୍ବଲପୁର -ଦିବ୍ୟଶଙ୍କର ମିଶ୍ର

ବାଲେଶ୍ୱର -ଅଶୋକ ପଣ୍ଡା

ମାଲକାନଗିରି  -ରଘୁନନ୍ଦନ ଦାସ

ନବରଙ୍ଗପୁର  -ଜ୍ୟୋତି ପ୍ରକାଶ ପାଣିଗ୍ରାହୀ

ଯାଜପୁର -ସମୀର ଦାଶ

ରାୟଗଡ଼ା -ପଦ୍ମିନୀ ଦିଆନ

ଗଜପତି -ତୁଷାରକାନ୍ତି ବେହେରା

କୋରାପୁଟ -ପ୍ରେମାନନ୍ଦ ନାୟକ

ଭଦ୍ରକ -ରାଜସ୍ୱ ପର୍ଷଦ ସଭ୍ୟ

ଖୋର୍ଦ୍ଧା, ବ୍ରହ୍ମପୁର , ରାଉରକେଲା -ରାଜସ୍ୱ କମିସନର