ବିଶ୍ୱର ସବୁଠାରୁ ଧନୀ ହେଉଛନ୍ତି ବିଲ୍ ଗେଟ୍ସ , ୧୨ତମ ସ୍ଥାନରେ ମୁକେଶ ଅମ୍ବାନି

ବ୍ଲୁମ୍ବର୍ଗ ଧନୀ ତାଲିକା

ନୂଆଦିଲ୍ଲୀ: ଚଳିତ ବର୍ଷର ବ୍ଲୁମ୍ବର୍ଗ ଧନୀ ତାଲିକା ପ୍ରକାଶ ପାଇଛି । ଏଥିରେ ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ ଗେଟସ୍ ବିଶ୍ୱର ସବୁଠାରୁ ଧନୀ ତାଲିକାରେ ଆଗରେ ଅଛନ୍ତି । ତାଙ୍କର ମୋଟ ସମ୍ପତିର ପରିମାଣ ୧୧୨ ବିଲିୟନ୍ ଡଲାର ରହିଛି । ସେହିପରି ଭାରତର ସବୁଠାରୁ ବଡ଼ ଧନୀ ରିଲାଏନ୍ସର ମାଲିକ ମୁକେଶ ଅମ୍ବାନି ୧୨ତମ ସ୍ଥାନରେ ଅଛନ୍ତି । ଯାହାଙ୍କର ସମ୍ପତି ୬୧ ବିଲିୟନ ଡଲାରରେ ପହଂଚିଛି । ସମ୍ପତି ବୃଦ୍ଧି କ୍ଷେତ୍ରରେ ମୁକେଶ ବିଶ୍ୱର ଅନ୍ୟ ପ୍ରମୁଖ ଧନୀ ଯଥା ଆଲିବାବାର ଜାକ୍‌ ମା ଓ ଆମାଜନର ଜେଫ ବୋଜୋସଙ୍କୁ ପଛରେ ପକାଇଦେଇଛନ୍ତି ।

ସେହିପରି ୧୦୪ ବିଲିୟନ ଡଲାର ସହ ୩ୟ ସ୍ଥାନରେ ରହିଛନ୍ତି ବର୍ନାଡ୍‌ ଆରନଲ୍ଟ । ୮୮.୯ ବିଲିୟନ ଡଲାର ସହ ଓ୍ଵାରେନ ବଫେଟ ୪ର୍ଥ ସ୍ଥାନରେ ରହିଛନ୍ତି ।

ଚଳିତ ବର୍ଷ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ସେୟାର ମୂଲ୍ୟ ୪୦ ପ୍ରତିଶତ ବୃଦ୍ଧି ପାଇଥିବାରୁ ମୁକେଶଙ୍କ ସଂପତ୍ତି ପରିମାଣ ବୃଦ୍ଧି ପାଇଛି । ଏହାଛଡ଼ା ରିଲାଏନ୍ସର ଟେଲିକମ କମ୍ପାନି ଜିଓର ରାଜସ୍ୱ ବୃଦ୍ଧି ପାଇଛି ।